Tuesday , October 3 2023
Breaking News
Home / ବିଶେଷ / କୃଷି ଓ କୃଷକ ସଶକ୍ତିକରଣ ଶାସନ ସଚିବଙ୍କ ଜିଲ୍ଲା ଗସ୍ତ ଏବଂ ବିଭିନ୍ନ ଯୋଜନାର ସମୀକ୍ଷା

କୃଷି ଓ କୃଷକ ସଶକ୍ତିକରଣ ଶାସନ ସଚିବଙ୍କ ଜିଲ୍ଲା ଗସ୍ତ ଏବଂ ବିଭିନ୍ନ ଯୋଜନାର ସମୀକ୍ଷା

କେନ୍ଦ୍ରାପଡ଼ା, ୦୮/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ନୋଡାଲ ଅଧିକାରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଟ ଏକ ଦୁଇ ଦିନିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଶନିବାର ଏଠାରେ ପହଂଚିବାପରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନେଇ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କୋଭିଡ -୧୯ ପରିସ୍ଥିତି ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଜୀବିକା ନିର୍ବାହକୁ ସର୍ବାଗ୍ରେ କାର୍ୟ୍ୟକାରୀ କରିବାକୁ ଶ୍ରୀ ବଶିଷ୍ଟ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ବୃଷ୍ଟିପାତକୁ ଦୃଷ୍ଟିରେ ରଖି ଉଠା ଜଳସେଚନ ପଏନ୍ଟ ଗୁଡିକୁ ସଚଳ କରିବାକୁ ସେ ନିର୍ଦ୍ଧେଶ ଦେଇଥିଲେ । ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଜିଲ୍ଲାରେ ୯ଟି ପ୍ରକଳ୍ପ ଏବଂ ୨୧୪୭ଟି ଅଙ୍ଗନୱାଡି କେନ୍ଦ୍ର କାର୍ୟ୍ୟ କରୁଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ ସୂଚନା ଦେଇଥିଲେ । ଜିଲ୍ଲାର ୨୧୦୧ଟି ଅଙ୍ଗନୱାଡି ଗୃହ ମଞ୍ଜୁର ମଧ୍ୟରୁ ୭୬ଟି ଗୃହ ନିର୍ମାଣ କାର୍ୟ୍ୟ ଶେଷ ହୋଇଥିବା ବେଳେ ୪୩ଟିକୁ ବିଦୁ୍ୟତ ସଂଯୋଗ କରାଯାଇଛି । ସଖୀ ସହେଲି ଗୃପ ମାଧ୍ୟମରେ ସମସ୍ତ ସୂଚନା ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନଙ୍କୁ ପ୍ରଦାନ କରାଯାଉଛି । ମିଶନଶକ୍ତି ମାଧ୍ୟମରେ ୧୨ଟି ସ୍ୱୟଂସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତ କରୁଛନ୍ତି । ଜିଲ୍ଲାର ୨୧ହଜାର ୬୯୬ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କାର୍ୟ୍ୟ କରୁଛି । ୯ଟି ବ୍ଲକ ମଧ୍ୟରୁ ୩ଟିରେ ମିଶନଶକ୍ତି କେଫ କାର୍ୟ୍ୟ ଶେଷ ହୋଇଛି ଓ ଅନ୍ୟ ୬ଟିରେ ଆଗାମୀ ଏକ ମାସ ମଧ୍ୟରେ ମିଶନଶକ୍ତି କେଫ କାର୍ୟ୍ୟକ୍ଷମ ହେବ । ପ୍ରତ୍ୟେକ ବ୍ଲକରେ ୨ରୁ ୩ଟି ଗ୍ରାମୀଣ ବିୟୁଟି ପାର୍ଲର ଖୋଲାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ସମୀକ୍ଷା ବୈଠକରୁ ଜଣାପଡିଛି । ମିଶନଶକ୍ତିର ୨୧ଟି ଗୃହ ୯ଟି ବ୍ଲକରେ ସି.ଡି.ପି.ଓ ମାନଙ୍କୁ ହସ୍ତାନ୍ତର କରାଯାଇଛି । ଓଡିଶା ଜିବୀକା ମିଶନ ଦ୍ୱାରା ଜିଲ୍ଲାରେ କାର୍ୟ୍ୟକାରୀ ହେଉଥିବା କୁକୁଡା ଫାର୍ମ, ଡାଏରୀ ଫାର୍ମ, ଛତୁଚାଷ, ବିୟୁଟି ପାର୍ଲର, ସିଲାଇ ଶିକ୍ଷା, ସ୍ୱାବଲମ୍ବନ ଗୃହ, ପେପର ପ୍ଲେଟ ୟୁନିଟ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ୪୩ଟି ସ୍ୱାବଲମ୍ବନ ଗୃହ ନିର୍ମାଣାଧିନ ରହିଛି ଏବଂ ସେଥିରୁ ୫ଟିର ନିର୍ମାଣ କାର୍ୟ୍ୟ ଶେଷ ହୋଇଛି । ମମତା ଯୋଜନାରେ ୨୦୨୧ ଜୁଲାଇ ମାସ ଠାରୁ ଇ-ମମତା ଏମ.ଆଇ.ଏସ. ଆରମ୍ଭ କରାଯାଇ ଅନଲାଇନରେ ଗର୍ଭାବସ୍ଥା ପଞ୍ଜିକରଣ ଏବଂ ହିତାଧିକାରୀଙ୍କୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି । ଗ୍ରାମୀଣ ଗୃହ ଯୋଗାଣ ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଅଗଷ୍ଟ ୬ ସୁଦ୍ଧା ୧୨.୮୩ ପ୍ରତିଶତ ହାସଲ ହୋଇପାରିଛି । ଗ୍ରାମୀଣ ଜଳ ଯୋଗାଣ ଯୋଜନାରେ ଜୁଲାଇ ୨୦୨୧ ସୁଦ୍ଧା ୪୭ଟି ପ୍ରକଳ୍ପର କାର୍ୟ୍ୟ ଶେଷ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ଉଠା ଜଳସେଚନ ବିଭାଗ ୧୪ଟି ପଏନ୍ଟ ପ୍ରକଳ୍ପ କାର୍ୟ୍ୟ ଶେଷ ହୋଇଛି । ଜିଲ୍ଲାର ନିରାମୟ ଯୋଜନାରେ ୩୪୯ଟି ଔଷଧ ବିତରଣ କରାଯାଉଛି । ୨୦୨୦-୨୧ଆର୍ଥôକବର୍ଷରେ ଶତକଡା ଶହେ ଭାଗ ଔଷଧ ବଂଟନ ହେବା ସହ ୨୦୨୧-୨୨ ଜୁଲାଇ ସୁଦ୍ଧା ମଧ୍ୟ ଶତକଡା ଶହେ ଭାଗ ଔଷଧ ବନ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ ପ୍ରକାଶ କରିଥିଲେ । ସେହିପରି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଜିଲ୍ଲାରେ ୧ଲକ୍ଷ ୪୭ହଜାର ୭୬୦ଜଣ ଶ୍ରମିକଙ୍କୁ କାର୍ଡ ବଂଟନ କରାଯାଇଛି । ଜିଲ୍ଲାରେ ବିଦୁ୍ୟତକରଣ ଯୋଜନାର କାର୍ୟ୍ୟକାରୀ ତାରିଖ ଜଣାଇବା ପାଇଁ ଶାସନ ସଚିବ ଶ୍ରୀ ବଶିଷ୍ଟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ସାଧାରଣ ବଂଟନ ବ୍ୟବସ୍ଥା, ସାମାଜିକ ସୁରକ୍ଷା, ଜିଲ୍ଲା କଲ୍ୟାଣ ଏବଂ ଜିଲ୍ଲା ଶିକ୍ଷା ବିଭାଗର ଯୋଜନା ଗୁଡିକ ମଧ୍ୟ ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ୨୮ଟି ସ୍ମାର୍ଟ କ୍ଲାସରୁମ ମଧ୍ୟରୁ ୪ଟି ସ୍ମାର୍ଟ କ୍ଲାସରୁମ କାର୍ୟ୍ୟ ଶେଷ ହୋଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂ ପ୍ରକାଶ କରିଥିଲେ । ଶିକ୍ଷା ସଂଯୋଗ କାର୍ୟ୍ୟକ୍ରମ ସମ୍ପ୍ରତିି ଜିଲ୍ଲାରେ କାର୍ୟ୍ୟକରୁଛି ଏବଂ ୟୁଟୁ୍ୟବ ଓ ହ୍ୱାଟସଅପ ମାଧ୍ୟମରେ ଶିକ୍ଷାଦାନ ଚାଲୁ ରହିଥିବା ସେ କହିଥିଲେ । ଶାସନସଚିବ ଶ୍ରୀ ବଶିଷ୍ଟ ଜିଲ୍ଲାର କେତେକ ଉଠା ଜଳସେଚନ ପଏନ୍ଟ, ଚିକତ୍ିସାଳୟ, ଜୀବିକା ନିର୍ବାହ ପ୍ରକଳ୍ପ, ସାଧାରଣ ବଂଟନ ପଏନ୍ଟ ଓ କୃଷି ବିଜ୍ଞାନ କେନ୍ଦ୍ର ପ୍ରଭୃତି ପରିଦର୍ଶନ କରିବେ ବୋଲି ବୈଠକରେ ସୂଚନା ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଦିଲ୍ଲିପ କୁମାର ପରିଡା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *