Wednesday , December 8 2021
Home / ବିଶେଷ / ଅଂଶୁଘାତରେ ବୃଦ୍ଧଙ୍କ ମୃତୁ୍ୟ ଅଭିଯୋଗ ଆଣିଲେ ପରିବାର

ଅଂଶୁଘାତରେ ବୃଦ୍ଧଙ୍କ ମୃତୁ୍ୟ ଅଭିଯୋଗ ଆଣିଲେ ପରିବାର

କେନ୍ଦ୍ରାପଡ଼ା, ୦୮/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଗୋପିନାଥ ଗେରୁ(୫୮)ଙ୍କର ଅଂଶୁଘାତରେ ମୃତୁ୍ୟ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ରବିବାର ସ୍ୱର୍ଗତ ଗେରୁ ବିଲକୁ ତଳା ନେଇଯାଇଥିଲେ । ବିଲରେ ପହଂଚିବା ପରେ ହଠାତ ତାଙ୍କ ମୁ୍ଣ୍ଡ କଣ ହୋଇଯିବାରୁ  ସେ ବିଲରେ ବସିପଡିଥିଲେ । ତାଙ୍କୁ ସେଙ୍ଗ ସେଙ୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ତାଙ୍କ ପରିବାର ପକ୍ଷରୁ ସ୍ୱର୍ଗତ ଗେରୁଙ୍କ ଅଂଶୁଘାତରେ ମୃତୁ୍ୟ ହୋଇଯାଇଥିବା ନେଇ ଅଭିଯୋଗ କରାଯାଇଛି । ଖବର ପାଇ ସଦର ଥାନା ପୋଲିସ ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରାଇବା ସହ ଏକ ଅପମୃତୁ୍ୟ ମାମଲା ରଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ପବିତ୍ର ମହାରଣା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *