Saturday , December 10 2022
Home / ବିଶେଷ / ୫ଟି ସଚିବଙ୍କ ଗସ୍ତ ପୂର୍ବରୁ ଫୋକସ ବିଦ୍ୟାଳୟର ସ୍ଥିତି ପରଖିଲେ ଜିଲା ଓ ବ୍ଲକ୍ ପ୍ରଶାସନ

୫ଟି ସଚିବଙ୍କ ଗସ୍ତ ପୂର୍ବରୁ ଫୋକସ ବିଦ୍ୟାଳୟର ସ୍ଥିତି ପରଖିଲେ ଜିଲା ଓ ବ୍ଲକ୍ ପ୍ରଶାସନ

ଗରଦପୁର, ୦୭/୦୮/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ କେନ୍ଦ୍ରାପଡା ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ କେନ୍ଦ୍ରାପଡା ଜିଲା ପ୍ରଶାସନ ତତପର ହୋଇପଡିଛି । ଜିଲ୍ଲାରେ ଥିବା ଫୋକସ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିବାକୁ ୫ଟି ସଚିବ ଆସୁଥିବା ଶୁଣିବାକୁ ମିଳୁଛି । ତେଣୁ ଜିଲା ଓ ବ୍ଲକ ପ୍ରଶାସନ ଅଧିକାରୀମାନେ ପ୍ରତି ବ୍ଲକରେ ଚିହ୍ନଟ ହୋଇଥିବା ଫୋକସ ବିଦ୍ୟାଳୟଗୁଡିକ ତଦାରଖ କରୁଥିବା ଦେଖାଯାଉଛି । ଗରଦପୁର ବ୍ଲକରେ ଚିହ୍ନଟ ହୋଇଥିବା ଫୋକସ ବିଦ୍ୟାଳୟ ଗୁଡିକ ହେଉଛି କୋରୁଆ ଉଚ୍ଚ ବିଦ୍ୟାଳୟ, ପାଟକୁରା ଉଚ୍ଚ ବିଦ୍ୟାଳୟ, ରାଧାରମଣ ଉଚ୍ଚ ବିଦ୍ୟାଳୟ ଏବଂ ଫଜଲହକ୍ ଉଚ୍ଚ ବିଦ୍ୟାଳୟ । ତେଣୁ କେନ୍ଦ୍ରାପଡା ଜିଲ୍ଲା ଡି.ଆର.ଡି.ଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ ମନ୍ଦରଧର ମାହାଳିକ, ଗରଦପୁର ବିଡିଓ ରଂଜିତ କୁମାର ମଲ୍ଲିକ, ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଚିନାରା ଏବଂ କନିଷ୍ଠ ଯନ୍ତ୍ରୀ ଶୁଭଶ୍ରୀ ସ୍ୱାଇଁ ପ୍ରମୁଖ ସମସ୍ତ ୪ଗୋଟି ଫୋକସ୍ ହାଇସ୍କୁଲ କୁ ଆସି  ସ୍କୁଲ ପରିବେଶ, ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରୀ ଓ ବିଜ୍ଞାନ ପରୀକ୍ଷାଗାର ଆଦି ବୁଲି ଦେଖିଛନ୍ତି । ସୂଚନାଯୋଗ୍ୟ ସରକାରଙ୍କ ଅଟକଳ ମୁତାବକ ପ୍ରତ୍ୟେକ ଫୋକସ୍ ବିଦ୍ୟାଳୟରେ ବର୍ତମାନ ପାଇଁ ୪୫ ଲକ୍ଷ ଟଙ୍କା ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ୍ ଓ ବିଜ୍ଞାନ ପରୀକ୍ଷାଗାର ପାଇଁ ଖର୍ଚ୍ଚ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି । ଏଥିସହିତ ଅନ୍ୟାନ୍ୟ ଆବଶ୍ୟକତା ମୁତାବକ ଭିତିଭୂମିର ଉନ୍ନତି ପାଇଁ ଅନ୍ୟ ସମସ୍ତ କାର୍ଯ୍ୟ କରାଯିବାକୁ ମଧ୍ୟ ଯୋଜନା ରହିଥିବା ଜଣାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.