Saturday , December 10 2022
Home / ବିଶେଷ / ସାମ୍ବାଦିକ ଗୋଲଖ ସୂତାରଙ୍କ ଦ୍ଵାଦଶାହ ତିଥିରେ ବିଶିଷ୍ଟ ବ୍ୟକ୍ତି ଙ୍କ ଗଭୀର ଶ୍ରଦ୍ଧାଞ୍ଜଳି

ସାମ୍ବାଦିକ ଗୋଲଖ ସୂତାରଙ୍କ ଦ୍ଵାଦଶାହ ତିଥିରେ ବିଶିଷ୍ଟ ବ୍ୟକ୍ତି ଙ୍କ ଗଭୀର ଶ୍ରଦ୍ଧାଞ୍ଜଳି

ମାହାଙ୍ଗା, ୦୭/୦୮/୨୦୨୧ ( ଓଡିଶା ସମାଚାର /ଅଭୟ ଜେନା )- ବର୍ଷିଆନ ସାମ୍ବାଦିକ,ସମାଜସେବୀ ତଥା ସାହିତ୍ୟ ସଂସ୍କୃତି ସଂଗଠକ ଗୋଲଖ ସୂତାରଙ୍କ ସ୍ମୁତିରେ ଆଜି ତାଙ୍କ ଜନ୍ମମାଟି ମାହାଙ୍ଗା ବ୍ଲକ ସାହାନିଆଜପୁର ଠାରେ ସାମ୍ବାଦିକ ଭକ୍ତ ଚରଣ ସାହୁଙ୍କ ପୌରୋହିତ୍ୟରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସେ ସାମ୍ବାଦିକତା କ୍ଷେତ୍ରରେ ନିଜ କୀର୍ତ୍ତି ଓ କୃତୀର ଯେଉଁ ପରାକାଷ୍ଠା ସୃଷ୍ଟି କରିଯାଇଛନ୍ତି, ତାହା ଚିର ଅମ୍ଲାନ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଥିଲେ । ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ବ୍ରଜସୁନ୍ଦର ନାୟକ, ମୁଖ୍ୟବକ୍ତା ଭାବରେ ସାହିତ୍ୟିକ ଫକୀର ଚରଣ ନାୟକ, ସମ୍ମାନିତ ଅତିଥି ଭାବେ ସାହିତ୍ୟିକା ବିଦ୍ୟୁତଲତା ପ୍ରଧାନ,ବିବେକ ପାଣି,ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ସାମ୍ବାଦିକ ଅଖିଳେଶ ମହାନ୍ତି, ବଲ୍ଲଭ ଚରଣ ପଲେଇ, ପ୍ରଫୁଲ୍ଲ ଦାଶ,ରଘୁନାଥ ସିଂ, ରତ୍ନାକର ବାରିକ,ପ୍ରତାପ ଶତପଥୀ, ବିବେକାନନ୍ଦ ଦାସ,ଲକ୍ଷ୍ମୀଧର ଖୁଣ୍ଟିଆ,ପ୍ରକାଶ ରାଉଳ,ସାହିତ୍ୟିକ ଭାବଗ୍ରାହୀ ରାଉତ, କବି ରାଜକିଶୋର ମିଶ୍ର, କଲ୍ଲୋଳ ମହାନ୍ତି, ଗୌତମ ଜେନା,ବିପିନ ସ୍ୱାଇଁ ପ୍ରଫୁଲ୍ଲ ସାହୁ,ସୁବାଷ ମହାନ୍ତି,ଉମାକାନ୍ତ ସାମଲ, ପ୍ରମୋଦ ଦାଶ,ଦିଲୀପ ଗ୍ରହାଚାର୍ୟ୍ୟ, ଏକାଦଶୀ ସେଠୀ, ପ୍ରତାପ ନାୟକ,ପ୍ରତିଭା ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ସୂତାରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବାସହ ତାଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ  ।
ଏହି ଅବସରରେ ସାମ୍ବାଦିକ ସ୍ବର୍ଗତ ସୂତାରଙ୍କ ସ୍ମୁତିରେ ପ୍ରକାଶିତ “ଗୋଲକ ଧାମରେ ଗୋଲଖ ଚନ୍ଦ୍ର” ଶୀର୍ଷକ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.