Sunday , March 26 2023
Breaking News
Home / ବିଶେଷ / ବ୍ୟବସାୟୀ ଙ୍କୁ ମରଣାନ୍ତ୍ରକ ଆକ୍ରମଣ ଥାନା ରେ ଅଭିଯୋଗ

ବ୍ୟବସାୟୀ ଙ୍କୁ ମରଣାନ୍ତ୍ରକ ଆକ୍ରମଣ ଥାନା ରେ ଅଭିଯୋଗ

ପାରାଦ୍ୱୀପ ୦୭/୦୮/୨୦୨୧(ଓଡ଼ିଶା ସମାଚାର)-ପାରାଦ୍ୱୀପ ତାରିଣୀଗଡା ଅଂଚଳର ଜନୈକ ବ୍ୟବସାୟୀ ପ୍ରତାପ କୁମାର ବିଶ୍ୱାଳ ନିଜ ଘର ପାଖରେ ଗୁରୁବାର ଦିନ ସକାଳ ୧୦ଟା ବେଳେ ଗାଡି ରଖିବା ପାଇଁ ଜିଆଇ ପାଇପ୍ ପୋତିବା ସମୟରେ ୪ଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଶ୍ରୀ ବିଶ୍ୱାଳ ପାଇପ ପୋତୁଥିବା ସମୟରେ ତାରିଣୀଗଡାର ମାନସ ସ୍ୱାଇଁ ଓ ତାଙ୍କ ଡ୍ରାଇଭର ସମ୍ଭୁ, ବାବାଜୀ ବିଶ୍ୱାଳ ଓ ପ୍ରକାଶ ଜେନା ତାଙ୍କୁ ଆକ୍ରମଣ କରିଥିବା ନେଇ ପାରାଦ୍ୱୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ଶ୍ରୀ ବିଶ୍ୱାଳ ପୋତିଥିବା ପାଇପ୍ କୁ ଓପାଡି ଆକ୍ରମଣକାରୀମାନେ ଫିଙ୍ଗି ଦେବା ସହ ତାଙ୍କୁ ଗାଳିଗୁଲଜ କରି ଶାବଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ରୁଣ୍ଡ ହୋବରୁ ଆକ୍ରମଣକାରୀ ମାନେ ଘଟଣା ସ୍ଥଳରୁ ପଳାଇଥିଲେ । ଏ ନେଇ ପାରାଦୀପ ଥାନା ରେ ଅଭିଯୋଗ ହେବା ପରେ ପୋଲିସ୍ ୧୬୫/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ରେ ଆହତ ଶ୍ରୀ ବିଶ୍ୱାଳ ଅଠରବାଙ୍କୀ ଡାକ୍ତରଖାନା ଯାଇ ଚିକିତ୍ସିତ ହେବା ପରେ ଥାନାରେ ଅଭିଯୋଗ କରିଥିଲେ । ତାରିଣୀଗଡା ରେ ସ୍ଥାୟୀ ବାସିନ୍ଦା ତଥା ଜଣେ ବ୍ୟବସାୟୀ ଙ୍କୁ ଏପରି ଆକ୍ରମଣ କୁ ସାଧାରଣରେ ନିନ୍ଦା କରାଯିବା ସହ ଆକ୍ରମଣକାରୀ ଙ୍କ ଉପରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.