ଭୁବନ ୦୭/୦୮/୨୦୨୧(ଓଡ଼ିଶା ସମାଚାର)-ଭୁବନର ଯୁବ ସମାଜସେବୀ ଭାବେ ପରିଚିତ ବିନୋଦ ମହାରଣାଙ୍କୁ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ରେ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ଶ୍ରୀଯୁକ୍ତ ମହାରଣା ଏହା ପୂର୍ବରୁ କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଯୋଗ୍ୟତା,ଦକ୍ଷତା ଓ ଅଭିଜ୍ଞତା ସହିତ ଲୋକପ୍ରିୟତା ଆଧାରରେ ତାଙ୍କୁ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ପଦବୀରେ ନିଯୁକ୍ତ କରାଯାଇଛି ।
ଅନୁରୂପ ଭାବେ ଯୁବ ନେତା ଶ୍ୱ୍ଟେତକେତୁ ମିଶ୍ର (ବାବୁ) ମଧ୍ୟ ଜିଲ୍ଲା ସମ୍ପାଦକ ପଦବୀ ଅକ୍ଷୁର୍ଣ୍ଣ ରଖିଛନ୍ତି । ଏକଦା କଂଗ୍ରେସର ଦୁର୍ଗ ଥିବା କାମାକ୍ଷାନଗରରେ ଏହି ଦୁଇ ଜଣ ଯୁବନେତା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଂଗଠନିକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବେ ବୋଲି ଆଶା କରାଯାଉଛି ।ନବନିଯୁକ୍ତ ସମ୍ପାଦକ ଶ୍ରୀଯୁକ୍ତ ମହାରଣା ଓ ଶ୍ରୀଯୁକ୍ତ ମିଶ୍ର ଜିଲ୍ଲା କଂଗ୍ରେସ କମିଟି ସଭାପତି ସରୋଜ ପଟ୍ଟନାୟକ,ପର୍ଯ୍ୟବେକ୍ଷକ ରଜତ ଚୌଧୁରୀ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର