Saturday , December 10 2022
Home / ବିଶେଷ /     ପ୍ରକାଶ ଚନ୍ଦ୍ର ବେହେରା ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ଭାବେ ଯୋଗଦେଲେ

    ପ୍ରକାଶ ଚନ୍ଦ୍ର ବେହେରା ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ଭାବେ ଯୋଗଦେଲେ

ଭୁବନ ୦୭/୦୮/୨୦୨୧(ଓଡ଼ିଶା ସମାଚାର)-ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଫାଣ୍ଡିରେ ପ୍ରକାଶ ଚନ୍ଦ୍ର ବେହେରା ନୂତନ ଫାଣ୍ଡି ଅଧିକାରୀ ଭାବେ ଯୋଗଦେଇଛନ୍ତି । ଏଠାରେ କାର୍ଯ୍ୟରତ ଏଏସଆଇ ମୁରଲୀଧର ନାୟକ ଙ୍କର କାମାକ୍ଷାନଗର ଥାନାକୁ ବଦଳି ହୋଇଥିବା ବେଳେ ଏଏସଆଇ ଶ୍ରୀଯୁକ୍ତ ବେହେରା ଜିଲ୍ଲା ହେଡକ୍ୱାଟରରୁ ଫାଣ୍ଡିକୁ ବଦଳି ହୋଇ ଆସିଛନ୍ତି । ଜଣେ ଦକ୍ଷଅଧିକାରୀ ଭାବେ ତାଙ୍କର ସୁନାମ ରହିଛି । ସୁରପ୍ରତାପପୁର ଏକ ଉତେଜନାପ୍ରବଣ ଅଂଚଳ ଭାବେ ସାରା ଜିଲ୍ଲାରେ ଚର୍ଚ୍ଚିତ,ଏହି ଅଂଚଳରେ ଆଇନଶୃଙ୍ଖଳା ରକ୍ଷା କରି ଶାନ୍ତି ପ୍ରତିଷ୍ଠା କରିବା ମୂଳ ଲକ୍ଷ୍ୟ ବୋଲି ନୂତନ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ବେହେରା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.