Wednesday , December 8 2021
Home / ବିଶେଷ / ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଯୁବଶକ୍ତି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ଓ କୋଭିଡ ଯୋଦ୍ଧା କାର୍ୟ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଯୁବଶକ୍ତି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ଓ କୋଭିଡ ଯୋଦ୍ଧା କାର୍ୟ୍ୟକ୍ରମ

ଢେଙ୍କାନାଳ ୦୭/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ ଓ କୋଭିଡ ଯୋଦ୍ଧା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରକ୍ତ ଭଣ୍ଡାର ପରିସରରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରିବା ସହ ଆମ ପରିବେଶ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ ସମସ୍ତେ ସପଥ ନେଇଥିଲେ । ଏହା ସହ କୋଭିଡ ସମୟରେ ଡାକ୍ତର ନର୍ସ, ସ୍ୱାସ୍ଥ୍ୟ କର୍ମୀ, ଗଣମାଧ୍ୟମ ପ୍ରତିନିଧି, ପୋଲିସ, ସମାଜସେବୀ, ସଫେଇ କର୍ମଚାରୀ ମାନେ ଦିନ ରାତି ଅହରହ ଓ ନିଷ୍ଠାପର ନିରନ୍ତର ଭାବରେ ସମସ୍ତ ସେବା କାର୍ୟ୍ୟ ଜାରି ରଖିଥିଲେ ଯାହା ଫଳରେ ଆଜିର ଦିନରେ ଆମେ ସମସ୍ତେ ସୁସ୍ଥ ଆଉ ସୁରକ୍ଷିତ ରେ ଅଛନ୍ତି । ଏଣୁ ଏହି ଭଳି ସେବା କାର୍ୟ୍ୟ ପାଇଁ ସମସ୍ତ ଭାଇ ଭଉଣୀ ମାନଙ୍କୁ ଫୁଲ ପୁଷ୍ପ ଦୁବ ବରକୋଳି ଚାଉଳ ହୁଳହୁଳି ଦେଇ ବନ୍ଦାପନା କରିବା ସହ ଉତ୍ତରିୟ ଦେଇ “କୋଭିଡ ଯୋଦ୍ଧା” ଭାବେ ସମାନୀତ କରାଯାଇଥିଲା । ଆଜିର ଏହି କାର୍ୟ୍ୟକ୍ରମ ରେ ଢେଙ୍କାନାଳ ରକ୍ତ ଭଣ୍ଡାର ମୁଖ୍ୟ ପରମାନନ୍ଦ ପଣ୍ଡା, ଗଣମାଧ୍ୟମ ପ୍ରତିନିଧି ନିୟୁଜ ୧୮ ଆଶିଷ ରଞ୍ଜନ ଶତପଥୀ, ଦେବାନନ୍ଦ ସାହୁ ଝରକା ନିୟୁଜ, ଶୁଭମ ପାଣି ୱେବ ମିଡିଆ, ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *