Tuesday , March 28 2023
Breaking News
Home / ବିଶେଷ / ଡିଏସବିଏମ୍ ପକ୍ଷରୁ “କୋଭିଡ୍-୧୯ ମହାମାରୀ ସମୟରେ ବ୍ୟବସାୟର ଗତିଶୀଳତା ଏବଂ ସ୍ଥିରତା” ସମ୍ପର୍କିତ ୱେବିନାର ଆୟୋଜିତ

ଡିଏସବିଏମ୍ ପକ୍ଷରୁ “କୋଭିଡ୍-୧୯ ମହାମାରୀ ସମୟରେ ବ୍ୟବସାୟର ଗତିଶୀଳତା ଏବଂ ସ୍ଥିରତା” ସମ୍ପର୍କିତ ୱେବିନାର ଆୟୋଜିତ

ଭୁବନେଶ୍ୱର,୦୭/୦୮/୨୦୨୧(ଓଡ଼ିଶା ସମାଚାର)- ୟୁନିଟ୍-୮ ସ୍ଥିତ ଡି.ଏ.ଭି ସ୍କୁଲ୍ ଅଫ୍ ବିଜିନେସ୍ ମ୍ୟାନେଜମେଂଟ(ଡିଏସବିଏମ୍) ଦ୍ୱାରା ଏକ ଅନ୍ତର୍ନିହିତ ଏବଂ ବିଶ୍ଲେଷଣାତ୍ମକ ୱେବିନାର “କୋଭିଡ୍-୧୯ ମହାମାରୀ ସମୟରେ ବ୍ୟବସାୟର ଗତିଶୀଳତା ଏବଂ ସ୍ଥିରତା” ଉପରେ ଅନୁଷ୍ଠିତ ହୋଇଯାଇଛି । ଏହି ୱେବିନାର ଓଡ଼ିଶା ରାଜ୍ୟ ମୁକ୍ତ-ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡଃ ଏସ୍.କେ. ଦାସ ମହାପାତ୍ର ଏବଂ (ଆରଏସବି ଗ୍ଲୋବାଲ)ର ଉପାଧ୍ୟକ୍ଷ ଏସ୍. କେ ବେହେରା ଉଭୟେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।
ଡଃ ଏସ୍.କେ.ଦାସ ମହାପାତ୍ର, ଡିଏସବିଏମ୍ ଛାତ୍ରଛାତ୍ରୀମାନଙ୍କର ଉଚ୍ଚସ୍ତରୀୟ ଉପସ୍ଥାପନା ଓ କଠିନ ପରିଶ୍ରମକୁ ପ୍ରଶଂସା କରି ତାଙ୍କର ଭାଷଣ ଆରମ୍ଭ କରିଥିଲେ । ସାମଗ୍ରିକ ବ୍ୟବସାୟ ଉପରେ ମହାମାରୀର ପ୍ରଭାବ ଏବଂ କୋଭିଡ୍-୧୯ର ଭବିଷ୍ୟତ ଅନିଶ୍ଚିତତା ଉପରେ ସେ ଆଲୋଚନା କରିଥିଲେ । ମହାମାରୀ ଯୋଗୁ ପ୍ରଭାବିତ ହେବା ପରେ, ଧିରେ ଧିରେ ସୁଧୁରୁଥିବା ଭାରତୀୟ ଅର୍ଥନୀତିର ବିଭିନ୍ନ ଲକ୍ଷଣ ଉପରେ ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଏହି ପରିବର୍ତନଶୀଳ ପରିସ୍ଥିତିକୁ ମୁକାବିଲା କରିବାର ଏକ ମାତ୍ର ସମାଧାନ ହେଉଛି – “ନୂତନତ୍ୱ ଏବଂ ସୃଜନଶୀଳତା”ା
ଏସ୍.କେ ବେହେରା ଭାରତରେ ଯୋଗାଣ ଶୃଙ୍ଖଳା ଉପରେ ମହାମାରୀର ପ୍ରଭାବ ଏବଂ ବର୍ତମାନର ପରିସ୍ଥିତି ସମ୍ବନ୍ଧରେ ଦର୍ଶାଇ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ । ଅଟୋମୋବାଇଲ୍ ଏବଂ ବିମାନ କ୍ଷେତ୍ରରେ ବିଶେଷ ଭାବରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଆହ୍ୱାନକୁ ସେ ବିଚାର ବିମର୍ଶ କରିଥିଲେ । ତତ୍ସହିତ ପର୍ଯ୍ୟଟନ କ୍ଷେତ୍ରରେ ସର୍ବାଧିକ ବେକାରୀ ସମସ୍ୟା ସୃଷ୍ଟି ହୋଇଛି ବୋଲି ସେ ତାଙ୍କର ମତାମତ ଦେଇଥିଲେ । ଡିଏସବିଏମ୍ ର ସମସ୍ତ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଏବଂ ପ୍ରତିଭାକୁ ମଧ୍ୟ ସେ ଉଚ୍ଚ ପ୍ରଶଂସା କରିଥିଲେ ।
କର୍ପୋରେଟ୍ ଦୁନିଆର ଆଶା ପୂରଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ଉଦେଶ୍ୟରେ, ସମିରନ୍ କୁମାର ମିଶ୍ର ଡଃ ଏସ୍.କେ. ଦାସ ମହାପାତ୍ର ଏବଂ ମୁନା ସାହୁଙ୍କ ତତ୍ୱାବଧାନରେ ୪ଜଣ ଛାତ୍ରଛାତ୍ରୀ ଏହି ୱେବିନାରରେ ସେମାନଙ୍କର ଉପସ୍ଥାପନା କରିଥିଲେ । ବି.କମ୍ ପାଠ୍ୟକ୍ରମର ଷଷ୍ଠ ସେମିଷ୍ଟାରର ଛାତ୍ର ରିତେଶ ବେହେରା ଓ ଛାତ୍ରୀ ସୁଦେଶ୍ନା ଲେଙ୍କା “ଏ ରୋଡମ୍ୟାପ୍ ଅଫ୍ ରେଜିଲେନ୍ସ ଆଣ୍ଡ ସଷ୍ଟେନବିଲିଟି ଅଫ୍ ଇଣ୍ଡିଆନ୍ ଏମଏସଏମଇ” ପ୍ରସଙ୍ଗ ଉପରେ ତାଙ୍କର ଉପସ୍ଥାପନା ଦେଇଥିବା ବେଳେ, ବିବିଏ ପାଠ୍ୟକ୍ରମର ଷଷ୍ଠ ସେମିଷ୍ଟାରର ଛାତ୍ରୀ ବଂଶିକା ଶତପଥୀ ଓ ଇନ୍ଦିରା ପ୍ରିୟଦର୍ଶିନୀ “ରୋଲ୍ ଅଫ୍ ଇଣ୍ଡିଆନ୍ ଏମଏସଏମଇ ଇନ୍ ଦି ଡାଇନାମିକ୍ସ ଅଫ୍ ଗ୍ଲୋବାଲ ସପ୍ଲାଏ ଚେନ୍ ନେଟୱର୍କ” ପ୍ରସଙ୍ଗ ଉପରେ ତାଙ୍କର ଉପସ୍ଥାପନା ଦେଇଥିଲେ ।
ଅନୁଷ୍ଠାନର ସଭାପତି ମଦନ ମୋହନ ପଣ୍ଡା ସମସ୍ତ ଅତିଥିମାନଙ୍କୁ ନିଜର ମୂଲ୍ୟବାନ ମତାମତ ଦେଇଥିବାରୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଏତଦ୍ ବ୍ୟତୀତ ନିଜର ଦକ୍ଷତା ଏବଂ ପ୍ରତିଭାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନଙ୍କ ପାଖରେ ସେ ନିବେଦନ କରିଥିଲେ ।
ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଡି.ଏନ୍. ମିଶ୍ର ନିଜର ଉଦବୋଧନ ବକ୍ତବ୍ୟରେ କହିଥିଲେ ଯେ – ଏହି ପ୍ରକାରର ଜ୍ଞାନ ବିତରଣ ଅଧିବେଶନ ବାରମ୍ବାର କରାଯିବା ଉଚିତ୍ ଯାହାକି ଛାତ୍ରଛାତ୍ରୀମାନଙ୍କର ନିଯୁକ୍ତି କୋ÷ଶଳ, ଜ୍ଞାନ ଓ ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିବ ।
ବାଣିଜ୍ୟ ବିଭାଗର ଅଧ୍ୟାପକ ସମିରନ୍ କୁମାର ମିଶ୍ର ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିଥିବା ବେଳେ ଅଧ୍ୟାପକ ମୁନା ସାହୁ ଧନ୍ୟବାଦ ସମ୍ଭାଷଣ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.