ଜଗତସିଂହପୁର , ୦୭/୦୮/୨୦୨୧(ଓଡ଼ିଶା ସମାଚାର)- ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ନିମନ୍ତେ ସଂଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପୈାରହିତ୍ୟ କରିଥିଲେ । ଚଳିତମାସ ୧୦ ତାରିଖରୁ ହେବାକୁ ଥିବା ଜାତୀୟ କୃମି ନାଶକ ଦିବସ ଏବଂ କାର୍ଯ୍ୟକ୍ରମ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ସମସ୍ତ ୧ବର୍ଷରୁ ୧୯ବର୍ଷ ଶିଶୁମାନେ କୃମି ନାଶକ ସିରପ୍ ଏବଂ ବଟିକା ଖାଇବେ । ଏହି କାର୍ଯ୍ୟକ୍ରମ ଆଶା,ଅଙ୍ଗନଓାଡୀ କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ ୧-୨ ବର୍ଷ ପିଲାମାନଙ୍କୁ ୫.ମିଲି କୃମିନାଶକ ସିରପ୍,୨ରୁ ୫ବର୍ଷର ପିଲାମାନଙ୍କୁ ୧୦ ମି.ଲି ସିରପ୍ ଦେବେ । ସମସ୍ତ ୬ବର୍ଷରୁ ୧୯ ବର୍ଷ ସ୍କୁଲ ଯାଉଥିବା (ପ୍ରଥମରୁ ଦଶମ),ସ୍କୁଲ ଯାଉନଥିବା, +୨ ପଢୁଥିବା ଏବଂ +୩ ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ଯାହାର ବୟସ ୧୯ ବର୍ଷ ଭିତରେ ସେମାନେ କୃମି ନାଶକ ଔଷଧ ଖାଇବେ । ପ୍ରକାଶ ଥାଉକି ଫେବୃୟାରୀ ୨୦୨୧ରେ ହୋଇଥିବା ଜାତୀୟ କୃମି ନାଶକ କାର୍ଯ୍ୟକ୍ରମରେ ଶତକଡା ୯୯% ପ୍ରତିଶତ କୃମି ଔଷଧ ସେବନ କରିଥିଲେ । ବଟିକା ଖୁଆଇଲା ସମୟରେ ଚାମଚ ବ୍ୟବହାର କରନ୍ତୁ । ଅଗଷ୍ଟ୨୦୨୧ ରାଉଣ୍ଡ ପାଇଁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ଏକଲକ୍ଷ ଅଠଚାଳିଶ ହଜାର ଚାରିଶହ ଚଉଦ(୧୪୮୪୧୪)ଜଣ ଶିଶୁ ଥିବା ସମୟରେ ୧ ବର୍ଷରୁ ୫ବର୍ଷ ୬୫,୦୦୦ଏବଂ ଅନ୍ୟ ସମସ୍ତ ୧୯ ବର୍ଷର ଶିଶୁକୁ ନେଇ ମୋଟ ୨,୨୪,୨୬୪ ଜଣ ଶିଶୁଙ୍କୁ କୃମି ନାଶକ ଔଷଧ ସେବନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିଜୟ ପଣ୍ଡା,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ନୋଡାଲ ଅଫିସର) ଡାକ୍ତର ପ୍ରମୋଦ କୁମାର ବାରିକ,ଡି.ପି.ଏମ୍ ଚକ୍ରଧର ଜେନା ,ଡେପୁଟୀ ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ,ଓ.ଏସ୍.ଡି ଶଶାଙ୍କ ଲେଙ୍କା ,ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୋଚନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଜନସାଧାରଣଙ୍କ ପାଇଁ ସୂଚନା ଥାଉକି ପ୍ରତିବର୍ଷ ୨ଥର ଜାତୀୟ କୃମି ନାଶକ କାର୍ଯ୍ୟକ୍ରମରେ ଶିଶୁ କୃମି ଔଷଧ ସେବନ କରିବା ଦ୍ୱାରା ଶିଶୁଟି କୃମି ଠାରୁ ଦୂରେଇ ରୁହେ ଏବଂ ରକ୍ତହୀନତା ଏବଂ ପୁଷ୍ଟିହୀନତାରୁ ଦୂରେଇ ରୁହେ । ଆଶା,ଅଙ୍ଗନଓାଡୀ ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ଯାଇ ଔଷଧ ଖୁଆଇବା ସମୟରେ କୋଭିଡ୍-୧୯ର ନିୟମ ଅର୍ଥାତ୍ ସାମାଜିକ ଦୂରତା,ମାସ୍କ ବ୍ୟବହାର କରିବା ସହ ଘର ଲୋକଙ୍କୁ ଏହିପରି ବ୍ୟବହାର ନିଶ୍ଚିନ୍ତ କରାଇବେ । ଏହି ଜାତୀୟ କାର୍ଯ୍ୟକ୍ରମକୁ ଶତକଡା ଶହେ ପ୍ରତିଶତ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ ଅର୍ଥାତ୍ ମହିଳା ଓ ଶିଶୁ ବିକାଶ ବିଭାଗ ,ଶିକ୍ଷା ବିଭାଗ ଏବଂ ସର୍ବୋପରି ସ୍ୱାସ୍ଥ୍ୟ ବିଭାଗ ଓ ପଂଚାୟତିରାଜ ବିଭାଗ ଆଦି ସମସ୍ତଙ୍କର ସହଯୋଗରେ ସଂପୂର୍ଣ୍ଣ ସଫଳ ହୋଇପାରିବ ବୋଲି ଜିଲ୍ଲ୍ାସ୍ତରୀୟ ସଂଯୋଜନା କମିଟି ବୈଠକରେ ଆଲୋଚନା କରାଯାଇଥିଲା । ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଯେପରିକି ମୁଣ୍ଡ ବୁଲାଇବା,ବାନ୍ତିହେବା ଏବଂ ପତଳା ଝାଡା ଏବଂ ଦୁର୍ବଳତା ଆଦି ଦେଖାଦେଇ ପାରେ ଏହାକୁ ସହଜରେ ପରିଚାଳନା କରାଯାଇ ପାରେ । ଶେଷରେ ସୁକାନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର