Friday , September 29 2023
Breaking News
Home / ବିଶେଷ / କରୋନା କଟକଣା ଭିତରେ ରବିବାର ଶାଳିଜଙ୍ଗା ସାଇ ମନ୍ଦିର ଖୋଲିବ

କରୋନା କଟକଣା ଭିତରେ ରବିବାର ଶାଳିଜଙ୍ଗା ସାଇ ମନ୍ଦିର ଖୋଲିବ

ତାରପୁର, ୦୭/୦୮/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଶାଳିଜଙ୍ଗା ସ୍ଥିତ ସିରିଡ଼ି ସାଇ ସେବା ପ୍ରତିଷ୍ଠାନ ପକ୍ଷରୁ ସାଇ ମନ୍ଦିର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ରବିବାର ଠାରୁ ଖୋଲାଯିବାକୁ ନିଷ୍ପତି ହୋଇଛି । ସୂଚନା ଯୋଗ୍ୟ କି ରାଜ୍ୟ ସରକାରଙ୍କ କରୋନା କଟକଣା ନିଷ୍ପତି କ୍ରମେ ଗତ ଏପ୍ରିଳ ୫ ତାରିଖରୁ ମନ୍ଦିର ନୀତିକାନ୍ତି କେବଳ ପୂଜକ ଓ ସେବକଙ୍କ ମଧ୍ୟରେ ସିମିତ ଥିଲା । ଏହି ଅବଧି ଭିତରେ ଅଳ୍ପ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଦୂରତ୍ୱ ବଜରୟ ରଖି ଠାକୁରଙ୍କ ଆଶିର୍ବାଦ ଗ୍ରହଣ କରୁଥିବାବେଳେ ସମ୍ପ୍ରତି ରାଜ୍ୟ ସରକାରଙ୍କ କୋହଳ ନୀତି ଓ ସିରିଡ଼ି ସାଇ ସେବା ପ୍ରତିଷ୍ଠାନ ର ଟ୍ରଷ୍ଟି ମେମ୍ବର ମାନଙ୍କ ଏକ ବୈଠକ କରି ଆସନ୍ତା କାଲି ରବିବାର ଠାରୁ ସମ୍ପୂର୍ଣ୍ଣ ରୂପେ ମନ୍ଦିର ଖୋଲିବାକୁ ନିଷ୍ପତି ନିଆଯାଇଛି । ତେଣୁ ଆସନ୍ତା କାଲି ଠାରୁ ସ୍ଥାନୀୟ ଓ ଦୂର ଦୂରନ୍ତର ସାଇ ପ୍ରେମି ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ଆସି ଠାକୁରଙ୍କୁ ଦୂରତ୍ୱ ବଜାୟ ରଖି ଦର୍ଶନ କରିପାରିବେ ବୋଲି ମନ୍ଦିର ଟ୍ରଷ୍ଟି ବିଜୟ ପାଲଟାସିଂ, ପାର୍ଥସଖା ପାଲଟାସିଂ, ଇଂ ବାବାଜୀ ଚାଣ ଜେନା, ପ୍ରଭାକର ମହାପାତ୍ର, ପଣ୍ଡିତ ବିଶ୍ୱଜିତ ଦାସ ପ୍ରମୁଖ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *