କଟକ, ୦୭/୦୮/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଜିଲ୍ଲାରେ ପର୍ୟ୍ୟଟନର ବିକାଶ ସହିତ ଆର୍ଥିକ ବିକାଶକୁ ଅଗ୍ରାଧିକାର ଦିଆଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଆଜି ସକାଳେ ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଇଡ଼କୋର ବରିଷ୍ଠ ଅଧିକାରୀ ଡିଭିଜନ ମୁଖ୍ୟ ଶ୍ରୀ ରବୀନ୍ଦ୍ର କୁମାର ମହାପାତ୍ର,ଭୂୁଅର୍ଜନ ଅଧିକାରୀ ଅରୁନ୍ଧତି ପଟ୍ଟନାୟକ, ଆର୍କିଟେକ୍ଟ ଶ୍ରୀ ଅକ୍ଷୟ ବେଉରିଆ ଓ ବିଭାଗୀୟ ଅଧିକାରୀ ମାନଙ୍କ ସହ ପର୍ୟ୍ୟଟନର ବିକାଶ ନିମନ୍ତେ କାର୍ୟ୍ୟ ଚାଲୁଥିବା କୟଳପଡା ପଞ୍ଚାୟତର ନୂଆପଟଣାସ୍ଥିତ ପ୍ରସ୍ତାବିତ ନାକଚୁଣିପାଟ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ।ସୂଚନାଯୋଗ୍ୟ ଏଠାରେ ଥିବା ୧୩୦ ଏକର ସରକାରୀ ଶୁଷ୍କ,ଜଳ ଓ ପାହାଡିଆ ଚଟାଣ ଜମିରେ ଆବଶ୍ୟକ ଅନୁଯାଇ ପର୍ୟ୍ୟଟନର ବିକାଶକୁ ଅଗ୍ରାଧିକାର ସହ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଜିଲ୍ଳାପାଳ ଶ୍ରୀ ଚୟନୀ ପ୍ରଶାସନିକ ସ୍ତରରେ କାର୍ୟ୍ୟପନ୍ଥା ଗ୍ରହଣ କରି ସରକାରଙ୍କୁ ଅବଗତ କରିଥିବା ଜଣାପଡିଛି।ଏହି ପରିପ୍ରେକ୍ଷୀରେ ଆଜି ଇଡ଼କୋର ଅଧିକାରୀମାନେ ଆର୍କିଟେକ୍ଟଙ୍କ ସହ ପରିଦର୍ଶନରେ ଯାଇ ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ନିକଟରେ ଥିବା ପ୍ରସ୍ତାବିତ ସତ୍କାର କେନ୍ଦ୍ର ତଥା ତାରକା ହୋଟେଲ ନିର୍ମାଣ ନିମନ୍ତେ ଆବଶ୍ୟକ ଜମିର ସ୍ଥିତି ସମ୍ପର୍କରେ ଜିଲ୍ଳାପାଳଙ୍କଠୁ ଅବଗତ ହେବା ସହ ସମଗ୍ର ଅଞ୍ଚଳର ବିକାଶ କରାଯାଇ ବିଭିନ୍ନ ପ୍ରକଳ୍ପମାନ ପ୍ରତିଷ୍ଠା ହୋଇପାରିବ ବୋଲି ଜିଲ୍ଳାପାଳଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଏଥି ସହିତ ସ୍ଥାନୀୟ ଅଂଚଳର ପର୍ୟ୍ୟଟନ ଓ ଆର୍ଥିକ ବିକାଶସମ୍ଭବପର ହୋଇପାରିବ ତଥା ନଦୀ ପର୍ବତ ଓ ପ୍ରକୃତିର ଚିତ୍ତ ବିନୋଦନ ଓ ମନୋହାର ଦୃଶ୍ୟମାନ ଉପଭୋଗ କରିହେବ ବୋଲି ଜିଲ୍ଳାପାଳ କହିଥିଲେ।
ଆଜିର ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଡି ଆର ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର,ସ୍ଥାନୀୟ ବିଡିଓ, ତହସିଲଦାର,ସହକାରୀ ଯନ୍ତ୍ରୀ,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର
Home / ବିଶେଷ / କଟକରେ ପ୍ରସ୍ତାବିତ ସତ୍କାର କେନ୍ଦ୍ର (ହସ୍ପିଟାଲିଟି) ଓ ତାରକା ହୋଟେଲ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଜିଲ୍ଳାପାଳଙ୍କ ସହ ଇଡ଼କୋର ବରିଷ୍ଠ ଅଧିକାରୀ ମାନଙ୍କର ନୂଆପାଟଣାସ୍ଥିତ ନାକଚୁଣିପାଟ ଅଞ୍ଚଳ ପରିଦର୍ଶନ