Sunday , October 1 2023
Home / ତାଜା ଖବର / ଅନ୍ତସତ୍ୱ। ମହିଳାଙ୍କୁ କେନାଲ କୁ ପେଲି ମାରିଦେଵା ଉଦ୍ୟମରେ ପ୍ରେମିକ ଗିରଫ

ଅନ୍ତସତ୍ୱ। ମହିଳାଙ୍କୁ କେନାଲ କୁ ପେଲି ମାରିଦେଵା ଉଦ୍ୟମରେ ପ୍ରେମିକ ଗିରଫ

କଟକ ସଦର, ୦୭/୦୮/୨୦୨୧ (ଓଡ଼ିଶା ସମାଚାର/ଵିଷ୍ଣୁ ଵେହେରା) – କମିଶନରେଟ କନ୍ଦରପୁର ଥାନା ଦଣୁଆସିପଡା ଗ୍ରାମରେ ଜନୈକା  ସ୍ୱ।ମୀପରିତ୍ୟକ୍ତା ମହିଳା ଵାପଘରେ ରହୁଥିଵା ଵେଳେ ସେହି ଗ୍ରାମର ଵିଦ୍ୟୂତ ଵିଭାଗରେ ଲାଇନ୍ ମ୍ୟାନ୍ ଭାଵେ କାର୍ଯ୍ୟରତ ତଥା ଏକ ତିନି ବର୍ଷର କନ୍ୟା ସନ୍ତାନର ଜନକ ପ୍ରକାଶ ପ୍ରଧାନ (୩୩) ଅନୈତିକ ସମ୍ପର୍କ ରଖି ଆଠ ମାସର ଗର୍ଭବତୀ କରିଥିଲା। ଗର୍ଭପାତ କରିବାକୁ ପ୍ରବର୍ତ୍ତି।ଇ ବୁଧବାର ରାତିରେ ମଟର ସାଇକେଲରେ ଵସାଇ ପୀଡିତାଙ୍କୁ ନେଇ ଫକିରପଡା ନିକଟରେ ଜୀଵନରୁ ମାରିଦେବାକୁ ତାଳଦଣ୍ଡା କେନାଲର ଭରା ପାଣିକୁ ପେଲି ଅଭିଯୁକ୍ତ ପ୍ରେମିକ ଚମ୍ପଟ ମାରିଥଲା। ସୈ।ଭାଗ୍ୟଵସତ କେନାଲ ଵ୍ରିଜ୍ ଉପରେ ବସିଥିବା ଲୋକେ ପୀଡିତାଙ୍କୁ ଉଦ୍ଧାର କରି ପରିତୟ ଜାଣି ପରିଵାର ଲୋକଙ୍କ ଜିମା ଦେଇଥିଲେ। ଘରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଥାନାରେ ଅଭିଯୋଗ ପରେ ଚିକିତ୍ସା ପାଇଁ କଟକ ଵଡ ମେଡିକାଲ ରେ ପୀଡିତାଙ୍କୁ ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ ପୋଲିସ୍ ଅଭିଯୁକ୍ତ ପ୍ରେମିକ କୁ ଡାକ୍ତରୀ ମାଇନା କରାଇ ମାମଲା ନଂ୧୮୬,ଦଫା ୩୭୬,୨/ଏନ୍/୩୨୮,୫୦୬ ଆଇ ପି ସି ରେ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ସେହିପରି ଉକ୍ତ ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଵିଵାହ କରି ଜନୈକ ବିବାହିତ ପୁରୁଷ ଆଠ ମାସର ଗର୍ଭବତୀ କରି ଛାଡି ଫେରାର ହୋଇଯାଇଥିଵା ଘଟଣା ଚର୍ଚ୍ଚା ର ଵିଷୟ ହୋଇଛି। ଗର୍ଭବତୀ ନାବାଳିକା ଜଣକ କଟକ ଵଡ ମେଡିକାଲରେ ଇତସ୍ତତଃ ଭାଵେ ବୁଲୁଥିବା ଵେଳେ ଆଶ୍ୱସ୍ତି ଫାଉଣ୍ଡେସନ ର ନଜରକୁ ଆସିଥିଲେ। ପୀଡିତାଙ୍କୁ ସେଠାରୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ (ସିଡଵ୍ଲ୍ୟୁସି) ହାଜର କରାଯାଇଥିଲା।ସିଡଵ୍ଲ୍ୟୁସି ପକ୍ଷରୁ ପୀଡିତାଙ୍କୂ ସ୍ତ୍ରୀ ଓ ପ୍ରସୂତି ୱ।ର୍ଡରେ ଭର୍ତ୍ତି କରାଯାଇଥିଵା ଵେଳେ ଅଭିଯୁକ୍ତ କୁ ଗିରଫ ପାଇଁ କନ୍ଦରପୁର ଥାନାକୁ ଜଣାଇ ଦିଆଯାଇଛି। ତଦନ୍ତ ରେ ଵାଧା ଉପୁଜିବା ଆଶଙ୍କାରେ ଅଭିଯୁକ୍ତର ନାଁ ଓ ଠିକଣା ପୋଲିସ ଗୋପନ ରଖିଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *