Monday , September 25 2023
Breaking News
Home / ତାଜା ଖବର / ସାପକାମୁଡାରେ ମହିଳା ମୃତ

ସାପକାମୁଡାରେ ମହିଳା ମୃତ

କେନ୍ଦ୍ରାପଡ଼ା, ୦୬/୦୮/୨୦୨୧(ଓଡ଼ିଶା ସମାଚାର)- ଏକ ବିଷଧର ସର୍ପ କାମୁଡି ଦେବାରୁ ଜଣେ ମହିଳାଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । ନିକିରାଇ ଥାନା ଅନ୍ତର୍ଗତ ଢୋଲ ପଂଚାୟତର ଜମରା ଗ୍ରାମର ସଞ୍ଜୟ କୁମାର ମହାନ୍ତିଙ୍କ ପତ୍ନୀ ହରପ୍ରିୟା ତାଙ୍କ ବାରିପଟ  ଘସିଚାଳିରେ ଥିବା ପହଁରା ଆଣିବାକୁ ଯାଇଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ହରପ୍ରିୟାଙ୍କୁ ସେଙ୍ଗ ସେଙ୍ଗ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇ ନିକିରାଇ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *