ମାହାଙ୍ଗା ୦୬/୦୮/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା )- କଟକ ହାଇକୋର୍ଟ ବାର୍ ର ଯୁବ ଆଇନୀଜୀବୀ ପାର୍ଥସାରଥୀ ପ୍ରଧାନ୍ ଙ୍କ ଗତ ୩ ତାରିଖରେ ପଣ୍ଡା କ୍ୟାନସର ହସ୍ପିଟାଲ ତେଲେଙ୍ଗାପେଣ୍ଠ କଟକ ଠାରେ ମୂଖ ଗହ୍ୱର କର୍କଟ ଜନିତ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଯାଇଛି ।
ମୃତ୍ୟୁ ବେଳକୁ ପାର୍ଥଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା । ପାର୍ଥ ସାରଥି ଜଣେ ମେଧାବୀ ଛାତ୍ର ଥିଲେ । ସେ ମଧୁସୂଦନ ଆଇନି କଲେଜ୍ କଟକରୁ ପ୍ରଥମ ଶ୍ରେଣୀରେ ୩ ବର୍ଷିୟା ଏଲ୍ ଏଲ୍ ବି ପାଶ୍ କରି କଟକ ହାଇକୋର୍ଟ ବାର୍ ର ଯୁବ ଓକିଲ ଭାବେ ଓଡ଼ିଶା ହାଇକୋର୍ଟ ଙ୍କ ଠାରେ ସଫଳତାର ସହିତ କାର୍ଯ୍ୟ କରିଥିଲେ ।
ଦୀର୍ଘ ୮ ମାସକାଳ କ୍ୟାନସର ସହିତ ସେ ଲଢ଼ି ଆସୁଥିଲେ, ତେବେ ଡାକ୍ତର ମାନଙ୍କ ସମସ୍ତ ପ୍ରଚେଷ୍ଟା ସତ୍ୱେ ରୋଗ ମୁକ୍ତ ହୋଇ ନପାରି, ଶେଷରେ ପାର୍ଥ ଗତ ୩ ତାରିଖରେ ସବୁଦିନ ପାଇଁ ଆଖି ବୁଜିଦେଲେ । ତା’ଙ୍କ ମୃତ୍ୟୁରେ ଜନ୍ମସ୍ଥାନ ସାଲେପୁର ଅନ୍ତର୍ଗତ ରାମେଶ୍ବର ଗ୍ରାମପଞ୍ଚାୟତ ଶଙ୍ଖମୁହଁ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଦିବଂଗତ ପାର୍ଥଙ୍କ ଅନ୍ତିମ ସଂସ୍କାର ନିଜ ଜନ୍ମମାଟିରେ ଥିବା ସ୍ମଶାନରେ ହିନ୍ଦୁ ରୀତି ନୀତି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା ।
ପାର୍ଥସାରଥି ତା’ଙ୍କର ବାପା ,ମାଆ ଏବଂ ପତ୍ନୀ ଓ ଏକମାତ୍ର ୫ ବର୍ଷୀୟ ଝିଅ ଶ୍ରୀକୁ ଛାଡି ସବୁଦିନ ପାଇଁ ଆଖି ବୁଜିବା ପରେ ପରିବାର ଓ ଆତ୍ମୀୟ ସ୍ୱଜନ ମାନେ ଦୁଃଖରେ ଭାଙ୍ଗି ପଡିବା ଦେଖିବାକୁ ମିଳିଛି ।
ବରିଷ୍ଠ ସାମ୍ବାଦିକ ଯଶୋବନ୍ତ ପ୍ରଧାନଙ୍କ ଏକମାତ୍ର ପୁତ୍ର ଏହି ଯୁବ ଆଇନିଜୀବୀଙ୍କ ବିୟୋଗରେ ଆଇନିମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ପ୍ରଶାନ୍ତ ବେହେରା, କଟକ ହାଇକୋର୍ଟ ବାରର ସମସ୍ତ ଓକିଲ ,ଏସୟୁଜେ କଟକ ଜିଲ୍ଲା ସଂଘର ସଭାପତି ଅଖିଳେଶ ମହାନ୍ତି, ସାଧାରଣ ସଂପାଦକ ରମେଶ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ରତ୍ନାକର ବାରିକ, ସେକ ଜାଭେଦ, ରଘୁନାଥ ଆଚାର୍ଯ୍ୟ, ପ୍ରଦୀପ୍ତ ମିଶ୍ର, ଗୌରଚନ୍ଦ୍ର ସାହୁ,ଦେବଦତ୍ତ ମଳୟ କୁମାର ବରାଳ, ଦେବୀ ରଥ, ସନ୍ତୋଷ ବାରିକ, ସୁବାଶିଷ ବସନ୍ତରାୟ, ପ୍ରମୁଖ ସଂଘର ବହୁ କର୍ମକର୍ତ୍ତା, ବୁଦ୍ଧିଜୀବୀ ତଥା ସାଧାରଣ ଜନତା ଗଭୀର ଶୋକବ୍ୟକ୍ତ କରିବା ସହ ଦିବଂଗତ ପାର୍ଥଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆମ ଅଞ୍ଚଳ ଜଣେ ଉଦୀୟମାନ ଯୁବ ଆଇନୀଜୀବୀଙ୍କୁ ହରାଇ ଗଭୀର ମର୍ମାହତ ବୋଲି ବିଶିଷ୍ଟ ବ୍ୟକ୍ତିମାନେ କହିଥିଲେ । ସେମାନେ ପାର୍ଥଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଓଡିଶା ସମାଚାର