Friday , September 22 2023
Breaking News
Home / ବିଶେଷ / ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୦୬/୦୮/୨୦୨୧(ଓଡ଼ିଶା ସମାଚାର)- ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ କେନ୍ଦ୍ରାପଡା ସଦର ଥାନା ପୋଲିସର ଉଦାସୀନତା ପ୍ରତିବାଦରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସଦର ଥାନା ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମର ସୁରେନ୍ଦ୍ର ନାୟକଙ୍କ ଅଭିଯୋଗ ଅନୁଯାଇ ଗତ ଜୁନମାସ ୧୬ତାରିଖ ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଗ୍ରାମର ଝିଅମାନେ ରଜ ଅବସରରେ ଦୋଳି ଖେଳୁଥିବା ବେଳେ  ସେହି ଗ୍ରାମର ବଳରାମ ସେଠୀ ଓରଫ ବଳିଆ ଝିଅମାନଙ୍କୁ ବିଭିନ୍ନ ଅଶ୍ଳିଳ କଥା କହିଥିଲେ । ସେହି ସମୟରେ ଅଭିଯୋଗକାରୀଙ୍କ ପୁଅ ଦିପକ ଏହାର ପ୍ରତିବାଦ କରନ୍ତେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । କିଛି ସମୟ ପରେ ଅଭିଯୁକ୍ତ ପୁନର୍ବାର ସେଠାକୁ ଆସି ଦିପକ ସହିତ ପାଟିତୁଣ୍ଡ କରୁଥିବା ବେଳେ ଅଭିଯୋଗକାରୀ ସେଠାରେ ପହଂଚି ଉଭୟଙ୍କୁ ବୁଝାଶୁଝା କରିବା ବେଳେ ବଳରାମ ତାଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବା ଉଦେଶ୍ୟରେ ନିଜ ପକେଟରେ ରଖିଥିବା ଏକ ଛୁରୀ ବାହାର କରି ସୁରେନ୍ଦ୍ରଙ୍କ ଛାତିରେ ଖୁବ ଜୋରରେ ଭୁସି ଦେଇଥିଲା । ଫଳରେ ସୁରେନ୍ଦ୍ରଙ୍କ ଛାତିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଏସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହେବାପରେ ଥାନା କେଶ ନମ୍ବର ୩୪୬/୨୦୨୧ରେ ଆଇ.ପି.ସି.ର ଦଫା ୩୪୧, ୨୯୪ ଓ ୩୦୭ ଧାରାରେ ଏକ ମାମଲା ରୁଜୁ କରିଦେଇ ଚୁପ ହୋଇ ବସିଯାଇଥିବା ଅଭିଯୋଗ ହୋଇଛି । ଏଭଳି ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ସଦର ପୋଲିସର ଉଦାସୀନତା ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସୁରେନ୍ଦ୍ର ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *