Wednesday , December 1 2021
Breaking News
Home / ବିଶେଷ / ପୌରସଂସ୍ଥା ପକ୍ଷରୁ ଆବାସ ଯୋଜନା କାର୍ଯ୍ୟାଦେଶ ବଂଟନ ଓ ବୃକ୍ଷରୋପଣ

ପୌରସଂସ୍ଥା ପକ୍ଷରୁ ଆବାସ ଯୋଜନା କାର୍ଯ୍ୟାଦେଶ ବଂଟନ ଓ ବୃକ୍ଷରୋପଣ

କେନ୍ଦ୍ରାପଡ଼ା,୦୬/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ଗୁରୁବାର ଟାଉନହଲ ପରିସରରେ ସହରାଂଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦ୍ଧେଶ ବଂଟନ କରାଯିବା ସହିତ ପୌରସଂସ୍ଥା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌରାଂଚଳର ୧ନମ୍ବର ଓ ୨ନମ୍ବର ୱାର୍ଡର ୪୩ଜଣ ହିତାଧିକାରୀଙ୍କୁ ସହରାଂଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଂଟନ କରିଥିଲେ । ବିଧାୟକ ଶ୍ରୀ ବେହେରା କହିଥିଲେ ଯେ ପୌରାଂଚଳର ସମସ୍ତ ୱାର୍ଡର ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ପର୍ଯ୍ୟାୟକ୍ରମେ କାର୍ଯ୍ୟାଦେଶ ବଂଟନ କରାଯିବ । ଏହି ଅବସରରେ ପୌରସଂସ୍ଥା କାର୍ଯ୍ୟାଳୟ ପରିସରରେ ନଡିଆ, ପିଜୁଳି, ଆମ୍ବ ଓ ଜାମୁ ପ୍ରଭୃତି ଗଛର ଚାରା ବିଧାୟକ ଶ୍ରୀ ବେହେରା ରୋପଣ କରିଥିଲେ । ଏଥିସହିତ ପ୍ରତ୍ୟେକ ଆବାସ ହିତାଧିକାରୀଙ୍କୁ ୨ଟି କରି ଗଛର ଚାରା ପ୍ରଦାନ କରାଯାଇ ସେଗୁଡିକ ନିଜ ବାଡିରେ ଲଗାଇ ପରିବେଶର ସନ୍ତୁଳନ ରକ୍ଷା କରିବାକୁ ଓ ସବୁଜ ବଳୟର ସୁରକ୍ଷା ପାଇଁ ବିଧାୟକ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବନାଂଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ରଥ, ପୂର୍ବତନ ପୌରାଧ୍ୟକ୍ଷ ଧିରେନ ସାହୁ, ରୋସ୍ନôା ସାହୁ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ(ପରିବେଶ) ରାଜେଶ ପଣ୍ଡା, ରଞ୍ଜିତ ସାହୁ, ସେକ ଚନ୍ଦନ, ସ୍ନେହମୟୀ କର, ଲୋପାମୁଦ୍ରା ବାରିକ, ସୀତାସୁନ୍ଦରୀ ମଲ୍ଲିକ, ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପୌରକର୍ମଚାରୀ ଭୂବନମୋହନ କାନୁନଗୋ, ମନୋରଞ୍ଜନ ଦାସ, ସଞ୍ଜୀବ ମହାନ୍ତି, ଅଶୋକ କୁମାର ସାହୁ,ଗଣେଶ କୁମାର ପାତ୍ର, ତପସ୍ୱିନୀ ଦାସ, ସୁଚିସ୍ମିତା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *