Monday , December 6 2021
Breaking News
Home / ବିଶେଷ / ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ କମିଟିର ସ୍ଥାନ ପରିଦର୍ଶନ

ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ କମିଟିର ସ୍ଥାନ ପରିଦର୍ଶନ

ଗରଦପୁର , ୦୬/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ । ଏହି ପ୍ରକଳ୍ପରେ ୨୦୦ କୋଟି ରୁ ଅଧିକ ଅର୍ଥ ବିନିଯୋଗ ହେବ ବୋଲି ବ୍ୟୟ ବରାଦ କରାଯାଇଛି । ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବ୍ଲକ୍ ର ୧୮ ଗୋଟି ପଂଚାୟତର ଜନ ସାଧାରଣ ପାଇପ୍ ଯୋଗେ ବିଶୁଦ୍ଧ ବାନୀୟ ଜଳ ପାଇ ପାରିବେ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ଚିତ୍ରୋତ୍ପଳା ନଦୀ ତଟ କୁଦାନଗରୀ ସ୍ଥାନକୁ ଚିହ୍ନଟ କରିବା ପାଇଁ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ମଧୁ ଶାସନ ପଂଚାୟତର କୁଦାନଗରୀ କ୍ଷେତ୍ରକୁ ଲାଗି ଅରଖ କୁଦ ଓ ମଧୁ ଶାସନ ଗ୍ରାମର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଗ୍ରାମାଂଚଳର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ଜାତୀୟ ଜଳ ଜୀବନ ମିଶନ ଆରମ୍ଭ ହୋଇଛି । ଏହି ମିଶନ ଦ୍ୱାରା ପ୍ରକଳ୍ପ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୁପଣ କରିବାକୁ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ନିର୍ମଳ କୁମାର ଜେନା , ଗରଦପୁର ତହସିଲଦାର ଅଶୋକ କୁମାର ବେହେରା, ମାସ କମ୍ପାନୀର ସର୍ଭେୟର ଫିରୋଜ ଆଲାମ , ରାଜସ୍ୱ ବିଭାଗ କର୍ମଚାରୀ ମନୋଜ ନାୟକ, ଅମିନ ବରଦା ପ୍ରସାଦ ସ୍ୱାଇଁ ପ୍ରମୁଖ ଏହି ସ୍ଥାନ ନୀରୂପଣ ପ୍ରକି୍ରୟାରେ ସାମିଲ ହୋଇଥିଲେ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୫ ଏକର ସରକାରୀ ଜମିର ଆବଶ୍ୟକତା ରହିଛି । ଏହି ପରିଦର୍ଶନ ସମୟରେ ମଧୁଶାସନ ପଂଚାୟତର ସରପଂଚ ଅରୁଣ ନାୟକ,ପୂର୍ବତନ ସମିତି ସଭ୍ୟ ହରିହର ପୃଷ୍ଟି, ସାମ୍ବାଦିକ ଜ୍ଞାନ ବଲଭ ମହାନ୍ତି, ବାସୁଦେବ ଦାସ, ଜ୍ଞାନ ରଂଜନ ପାତ୍ର, ଖଗେଶ୍ୱର ଦାସ, ଅଖିଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *