Thursday , September 28 2023
Home / ବିଶେଷ / ପଞ୍ଚମୁଖୀ ହନୁମାନ ମନ୍ଦିର ଭଙ୍ଗା କୁ ଜନସାଧାରଣ ଙ୍କ ବିରୋଧ: ୧୫ଦିନ ପାଇଁ ନିଷ୍ପତି ସ୍ଥଗିତ

ପଞ୍ଚମୁଖୀ ହନୁମାନ ମନ୍ଦିର ଭଙ୍ଗା କୁ ଜନସାଧାରଣ ଙ୍କ ବିରୋଧ: ୧୫ଦିନ ପାଇଁ ନିଷ୍ପତି ସ୍ଥଗିତ

 ସାଲେପୁର/ କିଶନନଗର ୦୬/୦୮/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- କିଶନ ନଗର ତହସିଲ ଅଧିନ ତଥା  ସାଲେପୁର ବ୍ଲକ୍ ଅନ୍ତର୍ଗତ ରଟିଲୋ ପଞ୍ଚାୟତ ର ମହାନଦୀ ଅବବାହିକାରେ ସ୍ଥାପିତ   ପଞ୍ଚମୁଖୀ ହନୁମାନ ମନ୍ଦିର ସହ ନୂତନ ଭାବେ ଗଢି ଉଠିଥିବା ଗୃହ, ପ୍ରାଚୀର  ଓ ନୂତନ କାରୁକାର୍ୟ୍ୟକୁ ଭାଙ୍ଗିବା ପାଇଁ ଦୀର୍ଘ ଦିନ ହେବ ଜାତୀୟ ଗ୍ରୀନ ଟ୍ରିବୁନାଲ  ମାଧ୍ୟମରେ ମକଦ୍ଦମା ଚାଲିଥିଲା। ଅଗଷ୍ଟ ମାସ ୬ ତାରିଖ ଶୁକ୍ରବାର କୁ ମାନ୍ୟବର କୋର୍ଟ ମନ୍ଦିର ଓ ଚତୁର୍ପାଶ୍ୱ ରେ  ଚାଲିଥିବାନିର୍ମାଣ  କାର୍ୟ୍ୟ  କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ନାମା ଜାରି କରିଥିଲେ । ତେବେ  ପ୍ରଶାସନର  ଉଚ୍ଛେଦପ୍ରକ୍ରିୟା କୁ  ସ୍ଥାନୀୟ ଜନସାଧାରଣ ତଥା ସ୍ଥାନୀୟ ଦ୍ବୀପାଞ୍ଚଳ  ବାସି ଙ୍କ ପକ୍ଷରୁ ପାଖା ପାଖି ସହସ୍ରାଧିକ ପୁରୁଷ ଓ ମହିଳା ମନ୍ଦିର ସମ୍ମୁଖରେ  ପାଲ ପକେଇ ବସିରହିବା  ସହିତ ଗଛ ଡ଼ାଳ ପକେଇ ରାସ୍ତା ଅବରୋଧ କରିବାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେତକ ପେଟ୍ରୋଲ ଓ  କିରାସିନି ରଖି ଆତ୍ମାହୁତି ଦେବାକୁ ନିଷ୍ପତି ନେଇଥିଲେ । ସକାଳୁ ଅପରାହ୍ନ ପର୍ୟ୍ୟନ୍ତ ଆବାଳବୃଦ୍ଧ ବନିତା ମନ୍ଦିର ଚତୁଃର୍ପାର୍ଶ୍ୱ କୁ ବେଢ଼ି ରହି ବିରୋଧ ପ୍ରଦର୍ଶନ କରିଥିଲେ । କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ଘଟଣା ସ୍ଥଳରେ  ପହଂଚି ମନ୍ଦିର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିବା ପରେ ମନ୍ଦିର ଭଂଗାଯିବା ନିଷ୍ପତି କୁ ପନ୍ଦର ଦିନ ପାଇଁ ସ୍ଥଗିତ ରଖାଯାଇଥିବା କିଶନନଗର ତହସିଲଦାର ସୁଚେତା ମହାପାତ୍ର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *