Monday , March 27 2023
Breaking News
Home / ବିଶେଷ / ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, ୦୬/୦୮/୨୦୨୧(ଓଡ଼ିଶା ସମାଚାର)- ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ଥିବା ଦାବି ଗୁଡିକ ମଧ୍ୟରେ ଅପରସେନର ବାକିଥିବା ଅର୍ଥ ମାର୍ଶାଘାଇ ସି.ଏଚ.ସି. ସମେତ ସମସ୍ତ ସି.ଏଚ.ସି.ରେ ପ୍ରଦାନ କରାଯିବା, ଆଶାକର୍ମୀଙ୍କୁ ମାଟ୍ରିକ ପରୀକ୍ଷା ଦେବାରେ ସେମାନଙ୍କର ବାକିଥିବା ଆଡମିସନ ଅର୍ଥ ତୁରନ୍ତ ପ୍ରଦାନ କରାଯିବା, କୋଭିଡ ଡୁ୍ୟଟି କରିଥିବା ଆଶାକର୍ମୀଙ୍କୁ ପାରିଶ୍ରମିକ ପ୍ରଦାନ କରାଯିବା, ଡିଜିଟାଲ ଦୁନିଆରେ ଆଶାକର୍ମୀମାନଙ୍କୁ ଖାଲି ସିମ ନୁହେଁ ଗୋଟିଏ ଆଣ୍ଡ୍ରୋଏଡ ମୋବାଇଲ ସେଟ ତୁରନ୍ତ ପ୍ରଦାନ କରାଯିବା, ଗାଁ କଲ୍ୟାଣ ସମିତିରୁ ମାଇକ, ଅକ୍ସିମିଟର,ଥର୍ମାଲ ସ୍କାନର ପ୍ରଭୃତି କିଣାଯିବା,କରୋନା ସହାୟତା ମାସିକ ଏକ ହଜାର ଟଙ୍କାରୁ ବର୍ଦ୍ଧିତ କରାଯିବା, ଯେକୌଣସି ନର୍ସିଂହୋମରେ ଡେଲିଭରି ହେଲେ ଆଶାକର୍ମୀଙ୍କୁ ପାରିଶ୍ରମିକ ପ୍ରଦାନ କରାଯିବା, ଆଶାକର୍ମୀଙ୍କୁ ପଦୋନ୍ନତି ପ୍ରଦାନ କରାଯିବା ଓ ଟିକାକରଣ ଏବଂ ମମତା ଦିବସ ପାଇଁ ଆଶାଗୃହ ଯୋଗାଇ ଦିଆଯିବା ପ୍ରଭୃତି ଦାବି ଗୁଡିକ ରହିଛି । ସଙ୍ଘ ପକ୍ଷରୁ ସମ୍ପାଦିକା କାନ୍ତୀପ୍ରଭା ନାୟକ, ସୁମିତ୍ରା ଜେନା, ନନ୍ଦିନୀ ସ୍ୱାଇଁ, ଅମିତାରାଣୀ ନାୟକ, ପ୍ରିୟମ୍ବଦା ସାହୁ, ପୁଷ୍ପାଞ୍ଜଳି ମହାନ୍ତି, ଉପଦେଷ୍ଟା ରମଣୀରଞ୍ଜନ ରାଉତରାୟ, ଭଜହରି ପ୍ରଧାନ, ଅକ୍ଷୟ କୁମାର ମଲ୍ଲିକ, କୌଶଲ୍ୟା ନାୟକ, ସୌଭାଗିନୀ ସ୍ୱାଇଁ, ଭଗବତୀ ନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.