Saturday , August 20 2022
Breaking News
Home / ବିଶେଷ / ଡାକ୍ତର ପରଭେଜ ଅକ୍ତରଙ୍କ ପିତୃ ବିୟୋଗ

ଡାକ୍ତର ପରଭେଜ ଅକ୍ତରଙ୍କ ପିତୃ ବିୟୋଗ

କେନ୍ଦ୍ରାପଡ଼ା, ୦୬/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଗ୍ରାମର ସମାଜସେବୀ ତଥା ଡାକ୍ତର ପରଭେଜ ଅକ୍ତରଙ୍କ ପିତା ସେକ ହୁମାୟନଙ୍କ ୬୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭିର ଶୋକର ଛାୟା ଖେଳି ଯାଇଛି । ସେ ଜଣେ ପରୋପକାରି, ମିଷ୍ଟଭାଷି  ବ୍ୟକ୍ତି ଭାବରେ ସ୍ଥାନୀୟ ଅଂଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଗରାପୁରସ୍ଥିତ ବାସଭବନକୁ ଯାଇ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ହୁମାୟନଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଫକିରାବାଦରେ ଜନାଜାପାଠ କରାଯାଇ ରସୁଲାବାଦ କବରସ୍ତାନରେ କବର ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ହୁମାୟନଙ୍କ ପୁତ୍ର ଡାକ୍ତର ପରଭେଜ ଅକ୍ତରଙ୍କ ସମେତ ପୂର୍ବତନ କାଉନସିଲର ହିବଜୁର ରହେମାନ, ବିଜେପି ନେତା ମହମ୍ମଦ ସଲିମ ଖାନ, ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର ପ୍ରମୁଖ ବହୁ ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର  ୪୨ ମୌଜା ଦଧିବାମନପୁର  ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ …

Leave a Reply

Your email address will not be published.