କେନ୍ଦ୍ରାପଡ଼ା, ୦୬/୦୮/୨୦୨୧(ଓଡ଼ିଶା ସମାଚାର)- କଟକ- ଚାନ୍ଦବାଲି ରାସ୍ତାର ଜଜାଙ୍ଗସ୍ଥିତ ନାୟକ ଫନିଚର ନିକଟରେ ଏକ କାରକୁ ଅନ୍ୟ ଏକ ପୋଲିସ ଭ୍ୟାନ ପଛରୁ ଧକ୍କା ଦେବାରୁ କାରଟି ନିକଟସ୍ଥ ବିଲ ଭିତରକୁ ପଶି ଯାଇଥିଲା । କାରଟି ଭାଙ୍ଗିରୁଜି ଯାଇଥିବା ବେଳେ କାର ଭିତରେ ଥିବା ୨ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର