Saturday , December 10 2022
Home / ବିଶେଷ / ଅନଶନକାରୀଙ୍କୁ ପୋଲିସ୍ ଉଠାଇ ନେଇ ମେଡିକାଲରେ ଭର୍ତି କଲା

ଅନଶନକାରୀଙ୍କୁ ପୋଲିସ୍ ଉଠାଇ ନେଇ ମେଡିକାଲରେ ଭର୍ତି କଲା

ତାରପୁର, ୦୬/୦୮/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ବଜାରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତିକୁ ତୁରନ୍ତ ସ୍ଥାନାନ୍ତର ଦାବି କରି ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ୍, ଇନ୍ଦ୍ରମଣି ମଲ୍ଲିକ ଓ ରଘୁନାଥପୁର ବ୍ଲକ୍ କଂଗ୍ରେସ୍ ଉପସଭାପତି ଆର୍ତତ୍ରାଣ ପଣ୍ଡା ଗୋପବନ୍ଧୁଙ୍କ ସମ୍ମୁଖରେ ଆମରଣ ଅନଶନ ଦ୍ୱିତୀୟ ଦିବସରେ ପହଂଚିଛି । ଆଜି ଦ୍ୱିତୀୟ ଦିନର ୩୩ ଘଂଟା ପରେ ଅନଶନରେ ବସିଥିବା କଂଗ୍ରେସ୍ ର ଯୁବନେତା ଇନ୍ଦ୍ରନୀଳମଣି ମଲ୍ଲିକ୍ ଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା ସୁକାନ୍ତ କୁମାର ଦଳାଇ ଡାକ୍ତରଙ୍କୁ ପଠାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ତାଙ୍କୁ ତୁରନ୍ତ ମେଡିକାଲରେ ଆଡମିଶନ କରଯାଇ ଚିକିତ୍ସା କରାଯିବା ଆବଶ୍ୟକ ବୋଲି ତହସିଲଦାର, ବିଡିଓ ଓ ଆଇ.ଆଇ.ସି.ଙ୍କୁ ଜଣାଇଥିଲେ । ତହସିଲଦାର ବିଡିଓ ଅନଶନସ୍ଥଳରେ ପହଂଚି ଇନ୍ଦ୍ରନୀଳମଣିଙ୍କୁ ମେଡିକାଲରେ ଚିକିତ୍ସା ନିମନ୍ତେ ନେବାପାଇଁ କହିଥିଲେ । ମାତ୍ର ଆନ୍ଦୋଳନକାରୀମାନେ ତାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଏହି ଠାରେ ଚିକିତ୍ସା କର ବୋଲି ଦାବି କରିଥିଲେ । ଶେଷରେ ପୋଲିସ୍ ଆଇ.ଆଇ.ସି. ଦେବେନ୍ଦ୍ର ମହାପାତ୍ର, ଏସ୍.ଆଇ. ଚିନ୍ମୟ କୁମାର ପାଣି, ଏସ୍.ଆଇ. ଏଚ୍. ମହମ୍ମଦ ଅନଶନକାରୀ ଇନ୍ଦ୍ରନୀଳମଣିଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇ ରଘୁନାଥପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଇଥିଲେ । ଏଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଙ୍ଗ ସେଙ୍ଗ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛିି । ଓଡ଼ିଶା ସମାଚାର

Leave a Reply

Your email address will not be published.