Wednesday , December 8 2021
Home / ଶିକ୍ଷା / ସ୍କୁଲ ମିଶ୍ରଣ ପ୍ରତ୍ୟାହର ଦାବିରେ ବିକ୍ଷୋଭ

ସ୍କୁଲ ମିଶ୍ରଣ ପ୍ରତ୍ୟାହର ଦାବିରେ ବିକ୍ଷୋଭ

ବଲାଙ୍ଗୀର ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ବଲାଙ୍ଗୀର ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍କୁଲ ମିଶ୍ରଣ ନୀତି ସମ୍ପୂର୍ଣ୍ଣ ପ୍ରତ୍ୟାହାର ସହ ସରକାରୀ ପ୍ରାଥମିକ ସ୍କୁଲମାନଙ୍କରେ ନାମଲେଖା ଆରମ୍ଭ କରିବା ଦାବି ନେଇ ଏହି ବିକ୍ଷୋଭ ହୋଇଥିଲା । ୨୦୧୮ ମସିହାରେ ରାଜ୍ୟ ସରକାର ୧୪୩୭୯ଟି ବିଦ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ । ଏହି ନିଷ୍ପତି କୁ ୨୦୨୦-୨୧ ଶିକ୍ଷା ବର୍ଷରେ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ । ଫଳରେ ଓଡ଼ିଶାର ପଛୁଆ ଆଦିବାସୀ ମଧ୍ୟସ୍ଥିତ ଏବଂ ଦାଦନ ପ୍ରବଣ ବଲାଙ୍ଗୀର ଜିଲାର ୩୭୫ଟି ସ୍କୁଲ ବନ୍ଦ ହେବାର ନିଷ୍ପତି ହୋଇଥିଲା । ଏହା ଦ୍ୱାରା ଛାତ୍ରୀଛାତ୍ରମାନଙ୍କ ଶିକ୍ଷା ପ୍ରଭାବିତ ହେବ । ତେଣୁ ତୁରନ୍ତ ସ୍କୁଲ ମିଶ୍ରଣ ନୀତିକୁ ପ୍ରତ୍ୟାହାର କରିବା ପାଇଁ କମିଟି ଦାବି କରିଛି । ରାଜେନ୍ଦ୍ର ରଣାଙ୍କ ନେତୃତ୍ୱରେ ସ୍କୁଲ ସୁରକ୍ଷା କମିଟିର ଅନନ୍ୟା ଦାନୀ, ବିକାଶ ଜେନା, ମିଥୁନ ମାଝି, ତୁମୁଶ ବେହେରା, ଗୌରୀ ରାଉତ, ଜୋସେପ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।ଓଡ଼ିଶା ସମାଚାର

About admin

Check Also

ବାତ୍ୟା ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର, ୦୩/୧୨/୨୦୨୧(ଓଡ଼ିଶା ସମାଚାର)-ଶନିବାର ଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, …

Leave a Reply

Your email address will not be published. Required fields are marked *