Wednesday , December 8 2021
Home / ବିଶେଷ / ସେସୁ ଓ ଟାଟା ପାୱାର ବିଭାଗର ମନମୁଖି କାରବାର : ବିଦ୍ୟୁତ ବିଲ୍ ପୈଠ ସତ୍ୱେ ପାଣିଟାଙ୍କି ଲାଇନ କାଟିଲେ:୨ଟି ଗ୍ରାମର ହଜାର ହଜାର ଲୋକ ପାନୀୟ ଜଳ ପାଇଁ ହାହାକାର

ସେସୁ ଓ ଟାଟା ପାୱାର ବିଭାଗର ମନମୁଖି କାରବାର : ବିଦ୍ୟୁତ ବିଲ୍ ପୈଠ ସତ୍ୱେ ପାଣିଟାଙ୍କି ଲାଇନ କାଟିଲେ:୨ଟି ଗ୍ରାମର ହଜାର ହଜାର ଲୋକ ପାନୀୟ ଜଳ ପାଇଁ ହାହାକାର

ରଘୁନାଥପୁର ,୦୫/୦୮/୨୦୨୧(ଓଡ଼ିଶା ସମାଚାର)- ସେସୁ ବିଭାଗର ମନମୁଖି, ବେନିୟମ ଓ ହିତାଧିକାରୀମାନଙ୍କୁ ଶୋଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଟାଟା ପାୱାର  ହାତକୁ ନେବା ପରେ ଉପଭୋକ୍ତାଙ୍କ ଉପରେ ଯୋର ଜୁଲମ ଆରମ୍ଭ କରିଦେଇଛି । ବର୍ଷ ବର୍ଷର ପୁରୁଣା ତୃଟିପୂର୍ଣ୍ଣ ବିଲ୍ କୁ ସଂଶୋଧନ ନକରି ସମସ୍ତ ଟଙ୍କା ସେଙ୍ଗ ସେଙ୍ଗ ନଦଲେ ହିତାଧିକାରୀଙ୍କର ବିଦୁ୍ୟତ ଲାଇନ କାଟି ଦେବା ସହିତ ସେସୁ ଓ ଟାଟା ପାୱାର କର୍ମଚାରୀ ମାନେ ବିଦ୍ୟୁତ ଉପଭୋକ୍ତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି ବୋଲି ବହୁ ଅଭିଯୋଗ ହେଉଛି । ଏପରିକି, ହଜାର ହଜାର ଉପଭୋକ୍ତାଙ୍କର ମିଟର ଠିକ୍ ଚାଲୁଥିବା ବେଳେ ମିଟର ଖରାପ ଦର୍ଶାଇ ନୂତନ ମିଟର ତୁରନ୍ତ ଲଗାଅ ବୋଲି ଉପଭୋକ୍ତାମାନଙ୍କୁ ତାଗିଦ କରୁଛନ୍ତି । ଅନ୍ୟପକ୍ଷରେ ହଜାର ହଜାର ଉପଭୋକ୍ତାଙ୍କର ଆଦୌ ମିଟର ନଲଗାଇ ସେମାନଙ୍କ ଠାରୁ ମନଇଚ୍ଛା ବିଲ୍ ଆଦାୟ କରୁଛନ୍ତି । ସୌଭାଗ୍ୟ ଯୋଜନାରେ ବିଦୁ୍ୟତ ସଂଯୋଗ ଦେଇଥିବା ହଜାର ହଜାର ଉପଭୋକ୍ତାଙ୍କର ବିଲ୍ ରେ ବ୍ୟାପକ ତୃଟି ରହିଥିଲେ ମଧ୍ୟ ତାହାର ସଂଶୋଧନ ନକରି ତୁରନ୍ତ ଏହି ଭୁଲ୍ ପୈଠ ନକଲେ ବିଦୁ୍ୟତ ସଂଯୋଗ କାଟି ଦେଉଛନ୍ତି ।  ମୋ ସରକାର ଯୋଜନାରେ ନିର୍ବାଚନ ସମୟରେ ଲୋକମାନଙ୍କୁ ମାଗଣାରେ ବିଦୁ୍ୟତ ସଂଯୋଗ ଦେଉଥିବା ବେଳେ ନିର୍ବାଚନ ପରେ ଲୋକମାନଙ୍କୁ ବିଦୁ୍ୟତ୍ ସଂଯୋଗ ନିମନ୍ତେ ଅବଶ୍ୟକୀୟ ଟଙ୍କା ଦାଖଲ କରିବାକୁ ବିଭାଗୀୟ ଅଧିକାରୀମାନେ ନିର୍ଦ୍ଧେଶ ଦେଉଛନ୍ତି । ବହୁ ଗରିବ ଉପଭୋକ୍ତାମାନେ ୨ଟି ଏଲ୍.ଇଡି ବଲ୍ ଓ ଗୋଟିଏ ଫ୍ୟାନ ବ୍ୟବହାର କରୁଥିଲେ ମଧ୍ୟ ସେମାନଙ୍କର ଏରିଅର ହଜାର ହଜାର ଟଙ୍କା ଦର୍ଶାଇ ଟଙ୍କା ନଦେଲେ ବିଦୁ୍ୟତ ସଂଯୋଗ କାଟିଦେଉଛନ୍ତି । ଏହି ଭୁଲ୍ ବିଲ୍ ଗୁଡିକ ଆଦୌ ସଂଶୋଧନ କରୁନାହାନ୍ତି । ସେସୁ ଓ ଟାଟା ପାୱାର ଏହି ମନମୁଖି ଓ ବେନିୟମ  କାରବାର ଚରମ ସୀମାରେ ପହଂଚିଛି । ତାର ଜ୍ୱଳନ୍ତ ଉଦାହରଣ ହେଉଛି ଜଗତସିଂହପୁର ସେସୁ ଓ ଟାଟା ପାୱାର ବିଭାଗ ନଂ-୨ ଅଧିନରେ ଥିବା ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇପୁର ପଂଚାୟତର ରାଉତନୂଆଗାଁ ଠାରେ ଥିବା ବସୁଧା ଯୋଜନାରେ କରାଯାଇଥିବା ବୃହତ୍ ପାଇପ ଜଳ ଯୋଗାଣ କେନ୍ଦ୍ରର ବିଦୁ୍ୟତ ବିଲ୍ ଜୁଲାଇ ମାସ ୨୦୨୧, ୧୭ ତାରିଖ ଅନଲାନରେ ଟଙ୍କା ପୈଠ କରିଛନ୍ତି । ମାତ୍ର  ସେସୁ କନିଷ୍ଠ ଯନ୍ତ୍ରୀ-୨ ଓ ଟାଟା ପାୱାର  ବିଭାଗ ପକ୍ଷରୁ ସଂପୂର୍ଣ୍ଣ ବେନିୟମ ଭାବେ ଏହି ବୃହତ୍ ପାଇପ ଜଳ ଯୋଗାଣ କେନ୍ଦ୍ରର ବିଦ୍ୟୁତ ଲାଇନ୍ କୁ କାଟି ଦେଇଛନ୍ତି । ବିଦୁ୍ୟତ ବିଭାଗ ଖାମ ଖିଆଲି ନିତି ଯୋଗୁଁ ଏହି ବୃହତ ପାଇପ ଜଳ ଯୋଗାଣ କେନ୍ଦ୍ର ଉପରେ ନିର୍ଭର କରୁଥିବା ରାଉତନୂଆଗାଁ ଓ ବଣିକୁନ୍ଦ ଗ୍ରାମର ଶହ ଶହ ପରିବାରର ହଜାର ହଜାର ଜନସାଧାରଣ ପିଇବା ପାଣି ମୁନ୍ଦାଏ ପାଇଁ ୧୫ଦିନ ହେଲା ଡହଳ ବିକଳ ହେଉଛନ୍ତି । ସେସୁ ଓ ଟାଟା ପାୱାର  ବିଲ୍ ପେମେଂଟ୍ ପାଇଥିଲେ ମଧ୍ୟ ସଂପୂର୍ଣ୍ଣ ବେନିୟମ ଭାବେ ଏହି ବୃହତ୍ ପାଇପ ଜଳ ଯୋଗାଣର ବିଦ୍ୟୁତ୍ ଲାଇନ୍ କାଟି ଆଛନ୍ତି । ସେଥିପାଇଁ ଗ୍ରାମବାସୀମନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେସୁ ଓ ଟାଟା ପାୱାର ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁନ୍ତ ଏହି ବୃହତ୍ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ତୁରନ୍ତ ବିଦୁ୍ୟତ ସଂଯୋଗ ଦିଆନଗଲେ ୨ଟି ଗ୍ରାମର ଶହ ଶହ ଲୋକ ଜଗତସିଂହପୁର ସେସୁ ନଂ-୨ କନିଷ୍ଠ ଯନ୍ତ୍ରୀ ଓ ଟାଟା ପାୱାରଙ୍କ କାର୍ଯ୍ୟାଳୟରେ ଆମରଣ ଅନସନ କରିବେ ବୋଲି ଜଣାଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *