Tuesday , December 7 2021
Breaking News
Home / ବିଶେଷ / ଶିଶୁପୁତ୍ରର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ ସହାୟତା

ଶିଶୁପୁତ୍ରର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ ସହାୟତା

ପିପିଲି ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଡେଲାଙ୍ଗ କୋଠବାଡ ପଂଚାୟତ ଅର୍ନ୍ତଗତ ଗେଞ୍ଜଇ ଗୋରଡି ଗ୍ରାମର ରାଜେଶ ବାରିକଙ୍କ ୧୮ ମାସର ଶିଶୁ ପୁତ୍ରଗୁରୁତର ରୋଗରେ ପିଡିତ । ପରିବାର ଲୋକମାନେ ଘରେ ଯାହାଥିଲା ବିଭିନ୍ନ ମେଡିକାଲରେ ଶିଶୁପୁତ୍ରର ଚିକିତ୍ସା କରିବାରେ ଖର୍ଚ୍ଚ କରିସାରିଛନ୍ତି ।ଅର୍ଥ ସରିଗଲା ପରେ ଘରେ ଶିଶୁପୁତ୍ରକୁ ରଖି ଚିକିତ୍ସା କରୁଛନ୍ତି ।ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଘଟଣା ସମ୍ପର୍କରେ ସମାଜସେବୀ ବିଶ୍ୱଜିତ ପାଢୀ ଙ୍କ ସହିତ ବିଭିନ୍ନ ଗଣମାଧ୍ୟମ ଓ ପିପିଲି ଟୁଇଟର କ୍ଲବ ପକ୍ଷରୁ ସହାୟତା ପ୍ରଦାନ କରିବା ପାଇଁ ନିବେଦନ କରାଯାଇଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଧେଶକ୍ରମ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇଙ୍କ ତତ୍ୱାବଧାନରେ ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ ଗେଞ୍ଜଇ ଗୋରଡି ଗ୍ରାମରେ ପହଂଚି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ୧୦ହଜାର ଟଙ୍କା ଉକ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି । ସୁଚନାଥାଉ କି ୧୮ ମାସର ଶିଶୁପୁତ୍ରଟି ହୃଦରୋଗରେ ପିଡିତ ରହିଥିବା ବେଳେ ୫ବର୍ଷ ବୟସ ପରେ ତାର ଅସ୍ତ୍ରୋପଚାର ଏବଂ ସେହିଦିନ ପର୍ଯ୍ୟନ୍ତ ନିୟମିତ ଔଷଧ ସେବନ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ଦେଇଥିବା ପରିବାରଙ୍କ ପକ୍ଷରୁ ସୁଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *