Thursday , December 2 2021
Breaking News
Home / ବିଶେଷ / ମା’ଶାରଳା ଓ ଗୋରେଖ ନାଥଙ୍କ ମନ୍ଦିର ସମେତ ଜଗତସିଂହପୁର  ଜିଲ୍ଲାର ସମସ୍ତ ମନ୍ଦିର ଅଗଷ୍ଟ ୬ରୁ ଖୋଲିବ

ମା’ଶାରଳା ଓ ଗୋରେଖ ନାଥଙ୍କ ମନ୍ଦିର ସମେତ ଜଗତସିଂହପୁର  ଜିଲ୍ଲାର ସମସ୍ତ ମନ୍ଦିର ଅଗଷ୍ଟ ୬ରୁ ଖୋଲିବ

ଜଗତସିଂହପୁର ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ମନ୍ଦିର ଓ ପ୍ରଭୁ ଗୋରେଖ ନାଥଙ୍କ ମନ୍ଦିର ସମେତ ଜିଲ୍ଲାର ସମସ୍ତ ମନ୍ଦିର ସର୍ବ ସାଧାରଣଙ୍କ ଦର୍ଶନ ନିମନ୍ତେ ଆସନ୍ତା କାଲି ଅଗଷ୍ଟ ୬ ତାରିଖ ଠାରୁ ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଖୋଲା ରହିବ  ବୋଲି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି । ମନ୍ଦିର ଭିତରେ ଯେପରି ଜନଗହଳି ନହୁଏ,ସେଥିପ୍ରତି ସଜାଗ ଦୃଷ୍ଟି ରଖାଯିବ । ସମସ୍ତ ଶ୍ରଦ୍ଧାଳୁ ମାସ୍କ ପରିଧାନ ପୂର୍ବକ,ସାମାଜିକ ଦୂରତା ଅବଲମ୍ବନ କରିବେ ଓ ମନ୍ଦିର ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିବେ । ମା’ଶାରଳାଙ୍କ ମନ୍ଦିରରେ ପ୍ରତ୍ୟେହ ସକାଳ ଘ.୭.୩୦ମି ଅବକାଶ ପରେ ସାଧାରଣ ଭକ୍ତ ଦର୍ଶନ କରିପାରିବେ ଓ ସଂଧ୍ୟା ଆଳତୀ ପୂର୍ବରୁ ଘ.୬.୦୦ମି ଠାରୁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବନ୍ଦ ରହିବ ।

 ଆଜି ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ ପ୍ରଶାସନିକ ବୈଠକରେ ମନ୍ଦିରରେ ସାଧାରଣ ଦର୍ଶନ ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଛି । କେଚ୍ଚଣସି ମନ୍ଦିରର ଗର୍ଭଗୃହକୁ ଶ୍ରଦ୍ଧାଳୁ ମାନଙ୍କୁ ଛଡା ଯିବ ନାହିଁ । ଭକ୍ତମାନେ ଧାଡିରେ ଆସି ଦର୍ଶନ କରିବେ । ମନ୍ଦିର ମଧ୍ୟରେ ଭୋଗ ଓ ପ୍ରସାଦ ବ୍ୟବସ୍ଥା କରାଯିବ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବାର୍ତା ଅନୁଯାୟୀ କୋଭିଡ୍ ର ଭୟାବହତା ବର୍ତମାନ ସୁଦ୍ଧା ସଂପୂର୍ଣ ରୂପେ ଦୂରୀଭୂତ ହୋଇନାହିଁ । ଏହି ପରିପ୍ରେକ୍ଷୀରେ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ କରିପାରିବେ । ମା’ ଶାରଳାଙ୍କ ମନ୍ଦିର ଓ ଆଖପାଖ ଅଂଚଳର ଉନ୍ନତିକରଣ ନିମନ୍ତେ ୧କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ମନ୍ଦିର ପରିସରରେ ପୁରୁଣା ଘର ଗୁଡିକ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ ସହିତ,ଓ.ଟି.ଡି.ସି ମାର୍କେଟ କଂପ୍ଲେକ୍ସ,ପାର୍କିଙ୍ଗ ପ୍ଲେସ, ବଳଭଦ୍ରଙ୍କ ଦାରୁ ସ୍ମାରକୀ ମନ୍ଦିର କାର୍ଯ୍ୟ ସଂପୂର୍ଣ୍ଣ ହୋଇଅଛି । ଆଗାମୀ ଦିନରେ  ସାରଳା ପ୍ରକଳ୍ପ ପରିକଳ୍ପନା କରାଯାଇଛି । ବୈଷୟିକ ପରାମର୍ଶ ଦାତାଙ୍କ ପରିଦର୍ଶନ ପରେ ସୁବିସ୍ତୃତ ଯୋଜନା ଆରମ୍ଭ ହେବ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ କୁମାର ପଣ୍ଡା,ଡି.ଏସ୍.ପି.ଡିଆଇବି,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ,ଜିଲ୍ଲାପାଳଙ୍କ ଓ.ଏସ୍.ଡି,ସାରଳା ମନ୍ଦିର ନିର୍ବାହୀ ଅଧିକାରୀ,ସାରଳା,ଗୋରେଖନାଥ,ଧ୍ୟାନକୁଦ ଓ ଗଡ କୁଜଙ୍ଗ ମନ୍ଦିରର ସେବାୟତ ମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *