Tuesday , February 7 2023
Breaking News
Home / ବିଶେଷ /    ମହିଳା ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀଙ୍କ ପ୍ରସ୍ତୁତ ହାତ ତିଆରି ରାକ୍ଷୀ ଷ୍ଟଲ ଉଦଘାଟିତ

   ମହିଳା ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀଙ୍କ ପ୍ରସ୍ତୁତ ହାତ ତିଆରି ରାକ୍ଷୀ ଷ୍ଟଲ ଉଦଘାଟିତ

ଜଗତସିଂହପୁର ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଗୁରୁବାର ପୂର୍ବାହ୍ନରେ ଜଗତସିଂହପୁର ମୁ୍ୟନିସିପାଲିଟି ସମ୍ମୁଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓ ର ମାସ ,ମିଶନ୍ ଶକ୍ତି ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ  ଉତ୍ପାଦକ ଗୋଷ୍ଠୀ ମାନଙ୍କ ହାତ ତିଆରି ନିଆରା ରାକ୍ଷୀ ଷ୍ଟଲକୁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଶୁଭ ଉଦଘାଟନ କରିଛନ୍ତି । ଓରମାସ,ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀକୁ ମାର୍କେଟିଂ ସହାୟତା ଦେବା ନିମନ୍ତେ ହାତ ତିଆରି ରାକ୍ଷୀ ବିକ୍ରୟ ପାଇଁ ଷ୍ଟଲ ଖୋଲା ଯାଇଛି । ଏହି ଷ୍ଟଲକୁ ଉଦଘାଟନ କରି ଜିଲାପାଳ କହିଲେ ପ୍ରକଳ୍ପ  ନିର୍ଦ୍ଧେଶକ ,ଡି.ଆର୍.ଡି.ଏ,ଓର୍ ମାସ, ୪ଟି ବ୍ଲକର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ତାଙ୍କୁ ମାଷ୍ଟର ଟ୍ରେନର ଯେଉଁମାନେ ଟ୍ରେନିଂ ଦେଇ ଟେରାକୋଟା,ଗୋଲଡେନ୍ ଗ୍ରାସରେ ହାତ ତିଆରି ରାକ୍ଷୀ ପ୍ରସ୍ତୁତ କରିଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ଏହିଭଳି ପ୍ରୟାସକୁ ଆହୁରି ପ୍ରୋତ୍ସାହନ ଦିଆଯିବ । ରାକ୍ଷୀ ଯୋଗାଇ ଦେବାକୁ ଜିଲା ବାହାରୁ ସେମାନଙ୍କୁ ଅର୍ଡର ମିଳିଛି । ଚଳିତ ମାସ ଅଗଷ୍ଟ ୧୫ ତାରିଖରେ ଜଗତସିଂହପୁର ଷ୍ଟେଟବ୍ୟାଙ୍କ, ସାମନାରେ ଅଳକା ନାମରେ ଏକ ହସ୍ତତନ୍ତ ରିଟେଲ ସେଲ୍ କାଉଂଟର ଶୁଭ ଉଦଘାଟନ କରାଯିବ । ଏହି କାଉଂଟରରେ ମିଶନଶକ୍ତି ଓ  ଓରମାସ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତର ଶାଢୀ,ଲୁଙ୍ଗି,ଗାମୁଛା ଆଦି ବିକ୍ରୟ କରାଯିବ । ବୁଣାକାର ମାନଙ୍କୁ ପ୍ରୋତ୍ସାହନ ଦିଆଯିବ । ଏହି ନିଆରା ରାକ୍ଷୀ ଷ୍ଟଲ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ପ୍ରତିନିଧି ମାନଙ୍କ ଦ୍ୱାରା ପରିଚାଳିତ ହେବ । ଏହା ଏକମାତ୍ର ରାକ୍ଷୀ ଷ୍ଟଲ ଯେଉଁଠାରେ ସବାଇ,ଟେରାକୋଟା କାଇଁଚ,ଝୋଟ,ବାଉଁଶ,ନଡିଆର ଷଡେଇ,ଫେବି୍ରକ ଦ୍ୱାରା ପ୍ରସ୍ତୁତ ଅତି ଆକର୍ଷଣୀୟ ଓ ଯଥୋଚିତ ମୂଲ୍ୟରେ ଗ୍ରାହକମାନେ କ୍ରୟ କରିପାରିବେ । ଏହି ଷ୍ଟଲରେ ସାଇଜୁଟ୍ ଉତ୍ପାଦିକା ଗୋଷ୍ଠୀ ଜଗତସିଂହପୁର ବ୍ଲକ ଟେଡି ରାକ୍ଷୀ, ଅନ୍ନପୂର୍ଣ୍ଣା ଟେରାକୋଟା ଉତ୍ପାଦକ ଗୋଷ୍ଠୀ, କୁଜଙ୍ଗ ମାଟିରାକ୍ଷୀ, ମା’ବଜ୍ରବୁଢୀ ଟେରାକୋଟା ଉତ୍ପାଦକ ଗୋଷ୍ଠୀ, କୁଜଙ୍ଗ, ମାଟିରାକ୍ଷୀ, ଶିବଶକ୍ତି କାଇଁଚ ଉତ୍ପାଦକ ଗୋଷ୍ଠୀ,ଏରସମା କାଇଁଚ ରାକ୍ଷୀ, ମା’ମଙ୍ଗଳା, ଏସ୍.ଏଚ୍.ଜି,ବାଲିକୁଦା ସଡେଇ ରାକ୍ଷୀ,ସାରଳା ହାଣ୍ଡିି କ୍ରାଫଟ୍ ଉତ୍ପାଦକ ଗୋଷ୍ଠୀ,ରଘୁନାଥପୁର ବେତ ରାକ୍ଷୀ ବିକ୍ରୟ କରାଯାଉଛି । ମାଟି ତିଆରି ରାକ୍ଷୀର ମାଷ୍ଟର ଟ୍ରେନର ନବଘନ ବେହେରା ଉପସ୍ଥିତ ଥିଲେ । ଏହି ଉଦଘାଟନୀ ଉତ୍ସବରେ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି,ଡି.ଡି.ଏମ୍, ନାବାର୍ଡ ଶ୍ରୀ ବିଶ୍ୱଭୁଷଣ ମହାନ୍ତି,ଏଲ୍.ଡି.ଏମ୍,ଶ୍ରୀ ସତୀଶ କୁମାର ପାତ୍ର,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ,ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ,ଡି.ପି.ସି,ମିଶନ ଶକ୍ତି ଅଭିକ୍ ନାରାୟଣ ,ଡି.ପି.ଏମ୍,ଓ.ଏଲ୍ ଏମ୍ ପ୍ରେମସୀ ନାୟକ,ଏ.ପି.ଡି ସୌମ୍ୟ ରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଓର୍ ମାସର ଡେପୁଟୀ ସିଇଓ ,ଓର୍ ମାସ ଶ୍ରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବାବେଳେ ଏକଜିକୁ୍ୟଟିଭ୍ ଆସିଷ୍ଟାଂଟ ପ୍ରଭାତ କୁମାର ଦାଶ ତାଙ୍କୁ ସହାୟତା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.