Tuesday , October 3 2023
Breaking News
Home / ରାଜନୀତି /      ବିଷ୍ଣୁ ଦାସ ପ୍ରତିମୂର୍ତି ସ୍ଥାନାନ୍ତର ଦାବିରେ ଆମରଣ ଅନଶନରେ କଂଗ୍ରେସ୍ ନେତା  ଇଂ ହିମାଂଶୁ ଭୂଷଣ ମଲ୍ଲିକ୍ 

     ବିଷ୍ଣୁ ଦାସ ପ୍ରତିମୂର୍ତି ସ୍ଥାନାନ୍ତର ଦାବିରେ ଆମରଣ ଅନଶନରେ କଂଗ୍ରେସ୍ ନେତା  ଇଂ ହିମାଂଶୁ ଭୂଷଣ ମଲ୍ଲିକ୍ 

ରଘୁନାଥପୁର ,୦୫/୦୮/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ବଜାରର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତିକୁ ତୁରନ୍ତ ସ୍ଥାନାନ୍ତର ଦାବି କରି ଆଜି ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ୍ ଓ ରଘୁନାଥପୁର ବ୍ଲକ୍ କଂଗ୍ରେସ୍ ଉପସଭାପତି ଆର୍ତତ୍ରାଣ ପଣ୍ଡା ଗୋପବନ୍ଧୁଙ୍କ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି  । ଏହି ଗୋପବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ କାନ୍ଥ ଉଠାଇ ଭାଇଭାଗ କରିବା ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟ ଜନକ  । ଗୋଟିଏ ଛାତକୁ କାଟି ଦୁଇଭାଗ କରି ସେହିଠାରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତି ଏ ପର୍ଯ୍ୟନ୍ତ ସ୍ଥାନାନ୍ତର କରୁନଥିବାରୁ ରାଜ୍ୟସରକାରଙ୍କ ବିରୁଦ୍ଧରେ କଂଗ୍ରେସ୍ ନେତା ଶ୍ରୀ ମଲ୍ଲିକ୍ ବିେଷୋଦଗାର କରିଛନ୍ତି  । ଉତ୍କଳମଣିଙ୍କ ନିକଟରୁ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତି ସ୍ଥାନାନ୍ତର କରାଯିବା ଏକମାତ୍ର ଦାବି ନେଇ ମୃତୁ୍ୟ ପର୍ଯ୍ୟନ୍ତ ଇଂ ଶ୍ରୀ ମଲ୍ଲିକ୍  ଆମରଣ ଅନଶନ କରିବେ ବୋଲି ଆଜି ଘୋଷଣା କରିଛନ୍ତି  । ତାଙ୍କ ଅନଶନକୁ ସମର୍ଥନ କରି ବ୍ଲକ୍ କଂଗ୍ରେସ୍ ସଭାପତି ପ୍ରଶାନ୍ତ ଦାସ,  ଜିଲ୍ଲା କଂଗ୍ରେସ୍ ଉପସଭାପତି ସର୍ବେଶ୍ୱର ପଣ୍ଡା, ତିର୍ତୋଲ ଯୁବ କଂଗ୍ରେସ୍ ସଭାପତି ବେଦଦୂତି ପୃଷ୍ଟି, ଜିଲ୍ଲା ଯୁବକଂଗ୍ରେସ୍ ସଭାପତି ପ୍ରଶାନ୍ତ ମଲ୍ଲିକ,  ଅସିମ ଭୂୟାଁ, ଶାରଦା ଜେନା, ସାଫିଆ ଆଜାମ, ରିଙ୍କୁ ପାଲ୍, ଶୈଳନ୍ଦ୍ର ମଲ୍ଲ, ରବିନ୍ଦ୍ର ମଲ୍ଲିକ୍, ନିରଞ୍ଜନ ମଲ୍ଲିକ୍, ଶୁଭେନ୍ଦ୍ର ରାଉତରାୟ, ସତ୍ୟଜିତ୍ ମହାନ୍ତି, ତର୍ପଣ କୁମାର ଶତପଥୀ, ବିନ୍ଦୁସାଗର ମହାପାତ୍ର ପ୍ରମୁଖ ଯୋଗଦେଇ ଧାରଣାରେ ବସିଛନ୍ତି  । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *