ରଘୁନାଥପୁର ,୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନିକଟରେ ବସିଥିବା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତିକୁ ବିରୋଧ କରାଯିବାରୁ ବ୍ଲକ୍ ପ୍ରଶାସନ ପକ୍ଷରୁ ମଧ୍ୟରାତ୍ରି ପରେ ତରବରିଆ ଭାବେ ଯୁଦ୍ଧ କାଳୀନ ଭିତିରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତି କଡରେ ଏକ କାନ୍ଥ ନିର୍ମାଣ କରିବା ସହିତ ରାସ୍ତା ଉପରକୁ ମଡାଇ ପ୍ରାଚୀର ନିର୍ମାଣ କରିଛନ୍ତି । ଏହି ପ୍ରାଚୀର ନିର୍ମାଣ କରିଥିବା ସ୍ଥାନରେ ଆଜକୁ ୧୦୦ବର୍ଷ ହେଲା ଏହି ସ୍ଥାନରେ ଗଣପତି ଗଜାନନଙ୍କର ପୂଜା ବଜାର କମିଟି କରିଆସୁଅଛି । ଉକ୍ତ ସ୍ଥାନରେ ବ୍ଳକ୍ ପ୍ରଶାସନ ପ୍ରାଚୀର ନିର୍ମାଣ କରିବା ଦ୍ୱାରା ଗଣେଶ ପୂଜାରେ ଘୋର ବାଧା ସୃଷ୍ଟି ହେବ । ବ୍ଲକ୍ ପ୍ରଶାସନର ଏଭଳି ରାତି ଅଧିଆ କାର୍ଯ୍ୟକୁ ୫ଗୋଟି ବଜାର କମିଟିର କର୍ମକର୍ତାମାନେ ବିରୋଧ କରିବା ସହିତ ଏକ ଲିଖିତ ଦରଖାସ୍ତ ଜଗତ୍ସିଂହପୁର ଜିଲ୍ଲାପାଳ, ବିଡିଓ ରଘୁନାଥପୁର, ତହସିଲଦାର ରଘୁନାଥପୁର ଓ ଆଇ.ଆଇ.ସି. ରଘୁନାଥପୁରଙ୍କୁ ପ୍ରଦାନ କରିଛନ୍ତି । ଏହି ପ୍ରାଚୀର ନିର୍ମାଣକୁ ଜଗନ୍ନାଥପୁର ବଜାର କମିଟି ସଭାପତି ମଦନମୋହନ ଜେନା, ସମ୍ପାଦକ ପ୍ରଭାକର ଖଟୁଆ, କୃଷ୍ଣଚନ୍ଦ୍ର ଜେନା, ଅଞ୍ଜନ ସେନାପତି, ପ୍ରଦୀପ ନାୟକ, ଶରତ ସାହୁ, ଅଶୋକ କୁମାର ସାହୁ, ସନତ କୁମାର ମଣ୍ଡଳ, ରଞ୍ଜନ କୁମାର ମହାନ୍ତି, ଦିବାକର ସ୍ୱାଇଁ, ଟୁନ ମହାପାତ୍ର, ରବିନ୍ଦ୍ର ସାହୁ, ରାମଚନ୍ଦ୍ର ରାଉତ, ସୁକାନ୍ତ ମାଦେଳୀ, ବିଜୟ କୁମାର ସାହୁ ପ୍ରମୁଖ ବିରୋଧ କରିବା ସହିତ ଦୁଇ ଦିନ ମଧ୍ୟରେ ନିର୍ମାଣ ହୋଇଥିବା ପ୍ରାଚୀରକୁ ଭଙ୍ଗା ନଗଲେ ଆଂଚଳିକ ବଜାର କମିଟି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ । ଓଡ଼ିଶା ସମାଚାର