Thursday , December 2 2021
Breaking News
Home / ତାଜା ଖବର / ପୋଷ୍ଟମାଷ୍ଟରଙ୍କ ବାଇକ୍ ଡ଼ିକି ଭାଙ୍ଗି ଅର୍ଥ ଲୁଟ୍

ପୋଷ୍ଟମାଷ୍ଟରଙ୍କ ବାଇକ୍ ଡ଼ିକି ଭାଙ୍ଗି ଅର୍ଥ ଲୁଟ୍

ଗରଦପୁର , ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ନଇନ୍ଦିପୁର ବ୍ରାଂଚ ପୋଷ୍ଟମାଷ୍ଟର ସୁକାନ୍ତ ମଲିକ ଙ୍କ ବାଇକ୍ ଡ଼ିକି ଭାଙ୍ଗି ଅର୍ଥ ଓ ଅନ୍ୟ ଆବଶ୍ୟକ କାଗଜ ଆଦି ଚୋରୀ ହୋଇ ଯାଇଛି ।  ଏ ସମ୍ପର୍କରେ ପାଟକୁରା ଥାନାରେ ଆଜି ଏକ ମାମଲା ରୁଜୁ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ପୋଷ୍ଟମାଷ୍ଟର ଶ୍ରୀ  ମଲିକ ଆଜି ୧୦ ଟା ବେଳେ ନିଜ ବାଇକ୍ ନେଇ ଗରଦପୁର ସବ ପୋଷ୍ଟ ଅଫିସ କୁ ଯାଇଥିଲେ । ଅଫିସ ସମ୍ମୁଖରେ ବାଇକ୍ ରଖି ଭିତରେ ସବ ପୋଷ୍ଟମାଷ୍ଟରଙ୍କ ସହିତ କଥା ହେଉଥିଲେ । ଏହି ସମୟରେ କୌଣସି ଦୁର୍ବୃତ ତାଙ୍କ ହିରୋ ବାଇକ୍ ର ଡ଼ିକି ତାଡ଼ି ଡ଼ିକିରେ ଥିବା ୩୮ ହଜାର ଟଙ୍କା , ଗୋଟିଏ ବ୍ୟାଙ୍କ ପାସ ବୁକ୍ ,୨ ଟି ପୋଷ୍ଟାଲ ପାସବୁକ୍, ଗୋଟିଏ ପୋଷ୍ଟାଲ ସିଲ ଓ ପେନ ଡ଼୍ରାଇଭ ଲୁଟିନେଇଥିଲେ । ଶ୍ରୀ ମଲିକ ପୋଷ୍ଟମାଷ୍ଟରଙ୍କ ସହିତ କଥାହୋଇସାରି ନିଜ ବାଇକ୍ ପାଖକୁ ଆସି ତାଙ୍କ ବାଇକ୍  ଡ଼ିକି ଭଙ୍ଗାଯାଇ ଚୋରୀ ହୋଇଥିବା ଦେଖିଥିଲେ । ଏ ସମ୍ପର୍କରେ ସେ ତତକ୍ଷଣାତ ପାଟକୁରା ଯାଇ ଥାନାରେ ଲିଥିତ ଏତଲା ଦେଇଥିଲେ । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ ହେବା ସହ ଯୂଧିଷ୍ଠିର ସାହୁ ଏଏସଆଇ ତଦନ୍ତ ଏହାର କରୁଥିବା ସୂଚନା ମିଳିଛି ।  ଓଡ଼ିଶା ସମାଚାର

About admin

Check Also

ଢ଼େଙ୍କାନାଳରେ ଫୁଟିଲା ଗୁଳି

ଢ଼େଙ୍କାନାଳ, ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଢ଼େଙ୍କାନାଳରେ ଫୁଟିଲା ଗୁଳି । ସଦର ଥାନା ଅନ୍ତର୍ଗତ ୨୧ ନମ୍ବର ୱାର୍ଡ଼ ସଂଜୟ କଲେନୀରେ …

Leave a Reply

Your email address will not be published. Required fields are marked *