Tuesday , October 3 2023
Breaking News
Home / ତାଜା ଖବର / ପୁଅର ଠେଙ୍ଗାମାଡ଼ରେ ବାପର ମୃତୁ୍ୟ

ପୁଅର ଠେଙ୍ଗାମାଡ଼ରେ ବାପର ମୃତୁ୍ୟ

ମାଲକାନଗିରି ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ମାଲକାନଗିରି ଥାନା ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଗାଁରେ ପୁଅର ଠେଙ୍ଗା ମାଡ଼ରେ ବାପର ମୃତୁ୍ୟ ହୋଇଛି । ସୂଚନା ଅନୁସାରେ ଗତକାଲି ରାତିରେ କୌଣସି ଏକ ଘଟଣାକୁ ନେଇ ବାପାଭୀମା ମାଡ଼କାମୀ ଏବଂ ପୁଅ ଇଙ୍ଗା ମାଡ଼କାମୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ଧିରେଧିରେ ଉଗ୍ରରୂପ ଧାରଣ କରିଥିଲା । ଫଳରେ ଇଙ୍ଗା ରାଗିଯାଇ ପାଖରେ ଥିବା ଏକ ଠେଙ୍ଗାରେ ବାପର ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା । ଏଥିରେ ବାପା ଭୀମା ଘଟଣା ସ୍ଥଳରେ ହିଁ ଛଟପଟହୋଇ ମୃତୁ୍ୟବରଣ କରିଥିଲେ ।ତେବେ ପରିବାର ଲୋକେ ଏହି ଘଟଣାକୁ ଚପାଇଦେବାକୁ ଚେଷ୍ଟା କରୁଥିବା ଜଣାପଡିଥିଲା । ପରେ ମାଲକାନଗିରି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଇଆଇସି ରାମ ପ୍ରସାଦ ନାଗଙ୍କ ନେତୃତ୍ୱରେ ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଇଙ୍ଗା ମାଡକାମୀକୁ ଗିରଫ କରିବାରେ ସଫଳ ହୋଇଥିଲା । ପୁଲିସ ଇଙ୍ଗାକୁ ଥାନାକୁ ଆଣି ପଚରାଉଚରା କରିବା ସହ କୋର୍ଟ ଚାଲାଣ କରିଛି ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *