ରଘୁନାଥପୁର ,୦୫/୦୮/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ବଜାରର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତିକୁ ତୁରନ୍ତ ସ୍ଥାନାନ୍ତର ଦାବି କରି ନବନିର୍ମାଣ କୃଷକ ସଙ୍ଗଠନ ଆନ୍ଦୋଳନ ତୃତୀୟଦିନରେ ପହଂଚିଛି । ରଘୁନାଥପୁର ଅଂଚଳରେ ଏହି ପ୍ରତିମୂର୍ତି ସ୍ଥାନାନ୍ତର ନହେବା ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବ୍ୟାପିବାରେ ଲାଗିଛି । ଜିଲାପାଳଙ୍କ ନିର୍ଦ୍ଧେଶରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତି ସ୍ଥାନାନ୍ତର କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ ମାତ୍ର ଗତ ୩ଦିନ ଧରି ରାତିରେ ଯୁଦ୍ଧକାଳୀନ ଭିତିରେ ପୋଲିସ୍, ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରତିମୂର୍ତି ସ୍ଥାନାନ୍ତର ନକରି ସେହି ସ୍ଥାନରେ ପାଚେରୀ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଅଛି । ଏହାକୁ ନେଇ ସ୍ଥାନୀୟ ଅଂଚଳ ବାସୀ ଓ ବୃଦ୍ଧିଜୀବୀମାନେ ବ୍ଲକ୍ ପ୍ରଶାସନର ଏଭଳି କାର୍ଯ୍ୟ କୁତୀବ୍ର ନିନ୍ଦା କରିଛନ୍ତି । ଏହି ତିନିଧରି ଆନ୍ଦୋଳନରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟକର୍ମକର୍ତା ଦେବୀପ୍ରସାଦ ମହାରଣା, ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ, ରମାରଞ୍ଜନ ସ୍ୱାଇଁ, ଶରତ ମହାପାତ୍ର, ନିଗମାନନ୍ଦ ଦାସ, ଘନଶ୍ୟାମ ମହାନ୍ତି, ରଞ୍ଜନ ପ୍ରଧାନ, ବାବାଜି ରାଉତ, ସୁବାଷ ପଣ୍ଡା, ଶାରଦା ଜେନା, ସୁରେଶ ପଟ୍ଟନାୟକ, କୈଳାସ ସେଣ, ବାସୁଦେବ ଦାସ ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ ଧାରଣାରେ ବସିଛନ୍ତି । ବିଷ୍ଣୁ ଦାସଙ୍କ ପ୍ରତିମୂର୍ତି ସ୍ଥାନାନ୍ତର ତୁରନ୍ତ କରାନଗଲେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଙ୍ଗଠନର କର୍ମକର୍ତା ଦେବୀପ୍ରସାଦ ମହାରଣା ଓ ରଶ୍ମିରଞ୍ଜନ ସ୍ୱାଇଁ ସରକାରଙ୍କୁ ଚେତାବନୀ ଶୁଣାଇଛନ୍ତି । ଓଡ଼ିଶା ସମାଚାର