Wednesday , December 1 2021
Breaking News
Home / ବିଶେଷ / ଧାରା ୩୭୦ ଉଛେଦ ଦ୍ୱିତୀୟ ବର୍ଷ ପୂର୍ତି ପାଳନ

ଧାରା ୩୭୦ ଉଛେଦ ଦ୍ୱିତୀୟ ବର୍ଷ ପୂର୍ତି ପାଳନ

କେନ୍ଦ୍ରାପଡ଼ା, ୦୫/୦୮/୨୦୨୧(ଓଡ଼ିଶା ସମାଚାର)-ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ରାଷ୍ଟ୍ରନିର୍ମାଣ ଅଭିଯାନ”ପକ୍ଷରୁ ଧାରା ୩୭୦ଉଛେଦର ଦ୍ୱିତୀୟ ବର୍ଷ ପୂର୍ତି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଆୟୋଜିତ “ଧାରା ୩୭୦ ଉଛେଦ : ବିକାଶର ନୂଆ ମାର୍ଗ”ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବିନାରାୟଣ ପତି ଯୋଗଦେଇ ୩୭୦ଧାରା ଉଛେଦ ପରେ ସମଗ୍ର ଦେଶରେ ରାଷ୍ଟ୍ରଜାଗରଣ ହେବା ସହିତ ଗୋଟିଏ ଦେଶରେ ଗୋଟିଏ ଆଇନ ସ୍ୱପ୍ନ ସତ ହୋଇଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଆଇନଜୀବୀ ସଞ୍ଜୟ କୁମାର ପତ୍ରୀ ଧାରା ୩୭୦ ଉଛେଦ ଅଖଣ୍ଡ ଭାରତ ସ୍ୱପ୍ନକୁ ସାକାର କରିବା ସହ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ବୋଲି ମତବ୍ୟକ୍ତ କରିଥିଲେ । ଆଲୋଚନାଚକ୍ରରେ ସଭାପତିତ୍ୱକରି ଯୁବ ଆଇନଜୀବୀ ବିଭୁତି ଭୂଷଣ କର ଜମ୍ମୁ କାଶ୍ମୀର ଏକ ସମୃଦ୍ଧ ଭାରତର ସ୍ୱପ୍ନକୁ ସାକାର କରିବା ସହ ଭାରତବର୍ଷକୁ ଏକତା ସୁତ୍ରରେ ବାନ୍ଧି ରଖିବାରେ ଆଗାମୀ ଦିନରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାତୃଦତ ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମଳୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରସନ୍ନ କୁମାର ପରିଡା ଶାନ୍ତିମନ୍ତ୍ର ପାଠ କରିଥିଲେ । ପ୍ରାରମ୍ଭରେ ଭାରତମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଅତିଥି ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଆଲୋଚନାଚକ୍ରରେ ବହୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସାମ୍ବାଦିକ ପ୍ରଭୃତି ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *