Sunday , November 28 2021
Breaking News
Home / ବିଶେଷ / ଦାଦାବଟି ମାଗି ଦୁଇ ଗିରଫ

ଦାଦାବଟି ମାଗି ଦୁଇ ଗିରଫ

ପୁରୀ ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଦାବାବଟି ମାଗିବା ଅଭିଯୋଗରେ ଟାଉନଥାନା ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତାଳବଣିଆ ଥାନା ଅନ୍ତର୍ଗତ ପିକେରାଇଟି କଲୋନୀର ମହମ୍ମଦ ସଫିକ୍ (୨୫) ଏବଂ ଟାଉନଥାନା ଅନ୍ତର୍ଗତ ସୁଆର ସାହିର ଶଷିକାନ୍ତ ପାଢୀ (୨୪) । ପୋଲିସ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବଡ ଲୁହା ଫାଇଲ ଏବଂଗୋଟିଏ ଷ୍ଟିଲ୍ ଛୁରୀ ଜବତ କରିଛି । ଏନେଇ ପୋଲିସ ୨୦୯/୨୧ରେ ମାମଲାରୁଜୁ କରିଛି । ମଳିଥିବା ସୂଚନା ଅନୁଯାୟୀ ନରେନ୍ଦ୍ର କୋଣ ନିକଟ ଚନ୍ଦନଚକଡା ଠାରେ କିଛି ଯୁବକ ଏକାଠି ହୋଇ ଖଣ୍ଡା , ଭୂଜାଲି ଏବଂ ଛୁରୀ ଦେଖାଇ ସ୍ଥାନୀୟ ଲୋକ ଓ ଯାତ୍ରୀ ମାନଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା କୋ÷ଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ ଉକ୍ତ ଅଂଚଳରେ ଚଢାଉ କରି ଦୁଇଜଣ ଅଭିଯୁକ୍ତକୁ ଗିରଫ କରି ତାଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିଲେ । ଦୁଇ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଛି । ଓଡ଼ିଶା ସମାଚାର

About admin

Check Also

ସୁପାରି କିଲର ଗିରଫ, ୨ ଟି ଅତ୍ୟାଧୁନୀକ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ୱର ,୨୮/୧୧/୨୦୨୧(ଓଡ଼ିଶା ସମାଚାର)- କମିଶନରେଟ  ପୋଲିସ୍ ରାଜଧାନୀରୁ ଜଣେ ସୁପାରି କିଲର କୁ ଗିରଫ କରିବା ସହିତ  ତା ନିକଟରୁ …

Leave a Reply

Your email address will not be published. Required fields are marked *