ବାରିପଦା ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ବେହେରାଙ୍କୁ ବିଜେଡି ପକ୍ଷରୁ ରରୁଆଁ ବ୍ଲକ ସଂଯୋଜକ ଭାବରେ ଦାୟିତ୍ୱ ମିଳିବା ପରେ ଶ୍ରୀ ବେହେରା ପ୍ରଥମ ଥର ରରୁଆଁ ଗସ୍ତରେ ଆସି ପଂଚାୟତ ସ୍ତରୀୟ ବିଜେଡି କର୍ମୀଙ୍କୁ ଏକ ବୈଠକରେ ଭେଟିଥିବାର ଜଣାଯାଇଛି । ଆଗାମୀ ଦିନରେ ଦଳକୁ ତୃଣମୂଳ ସ୍ତରରେ କିଭଳି ମଜଭୁତ କରାଯିବ ସେ ନେଇ କର୍ମୀ ମାନଙ୍କ ସହିତ ସେ ଆଲୋଚନା କରିଥିଲେ । ଏହି ଆଲୋଚନା ବୈଠକରେ ଯଶିପୁରର ପୂର୍ବତନ ବିଧାୟକ ମଙ୍ଗଲ ସିଂ ମୁଦି, ବ୍ଲକ ସଭାପତି ଅମରେଶ ଭଦେଓ,ବ୍ଲକ ସଭାନେତ୍ରୀ ମିନତୀ ତିରିଆ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋଲକ ବିହାରୀ ନାୟକ,୪୪ ନମ୍ବର ଜୋନ ସଂଯୋଜକ ପତିତ କାରୁଆ,ଅଙ୍ଗାରପଦା ପଂଚାୟତ ସଭାପତି କାଳିପଦ ମହାନ୍ତ, ରରୁଆଁ ପଂଚାୟତ ସଭାପତି ଦୀନବନ୍ଧୁ ନାୟକ, ନରଷଣ୍ଢା ପଂଚାୟତ ସଭାପତି ଲକ୍ଷବଚ୍ଚ ବେହେରା,ତ୍ରିଲୋଚନ ବେହେରା,ବବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଦଳର ସମସ୍ତ କର୍ମକର୍ତା ମାନେ ଲୋକଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେବାକୁ ବୈଠକରେ ସ୍ଥିର ହୋଇଥିଲା ।ଓଡ଼ିଶା ସମାଚାର