କିଶନନଗର ,୦୫/୦୮/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-କଟକସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ର ମାଣପୁର ଗ୍ରାମପଞ୍ଚାୟତ ମାଣପୁର ଠାରେ ତାଳଦଣ୍ଡା କେନାଲରେ ପାଣିଆସିବାରୁ ଘଳିଆ ସୃଷ୍ଟି ହେବାରୁ ଆଖପାଖ ରେ ଥିବା ପାର୍ଶ୍ୱ ବର୍ତ୍ତି ଗାଁ ପ୍ରତିବିପଦ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାଇ ଅନ୍ୟବର୍ଷ ଅପେକ୍ଷା ଚଳିତ ବର୍ଷ କେନାଲ ରେ ଅଧିକ ପାଣି ଆସିବାରୁ ଓ କେନାଲ ବନ୍ଧ ଦୁର୍ବଳ ଥିବାରୁ ଘଳିଆ ସୃଷ୍ଟି ହେଉଛି। ଜଳସମ୍ପଦ ବିଭାଗ କେବଳ କେନାଲ ରେ ପାଣିଛାଡ଼ି ଦାଇତ୍ୱ ସାରିଦେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ଦୁର୍ବଳ କେନାଲ ବନ୍ଧକୁ ଜଳସମ୍ପଦ ବିଭାଗ ମରାମତି ନକରି ପାଣି ଛାଡି ଦେବା ଦ୍ୱାରା ବିପଦ ସୃଷ୍ଟି ହୋଇଛି । କିଶନନଗର ଜଳସମ୍ପଦ ବିଭାଗ କେନାଲ ବନ୍ଧକୁ ମରାମତି କରିବା ସହ ଘଳିଆ ପଡିଥିବା ସ୍ଥାନକୁ ମରାମତି କରିବାକୁ ସ୍ଥାନୀୟ ଗ୍ରାମବାସୀମାନେ ଦାବିକରିଛନ୍ତି। ଓଡିଶା ସମାଚାର