Monday , March 27 2023
Breaking News
Home / ବିଶେଷ / ଡେଙ୍ଗୁ ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ

ଡେଙ୍ଗୁ ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ବର୍ତମାନସମୟରେ ଡେଙ୍ଗୁ ମହାବ୍ୟାଧି ସହରରେ ନିଜକାୟା ବିସ୍ତାର କରିସାରିଲାଣି । ୭୦୦ ରୁ ଉର୍ଦ୍ଧଲୋକ ଏହି ବ୍ୟାଧିରେ ଆକ୍ରାନ୍ତ । ଏତେ ଦିନପରେ ବି ରାଜ୍ୟ ସରକାର ଓ ବିଏମସି ଏହିସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ଆଖିଦୃଶୀୟ ପଦକ୍ଷେପ ନେଇପାରିଲେ ନାହିଁ । ଗତକାଲି ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟମ ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଅନୁରୂପ ଭାବେ ବ୍ଲକ ସଭାପତି ଶ୍ରୀଅଶୋକ ଦାସଙ୍କ ପରିଚାଳନାରେ ଉତର ନିର୍ବାଚନ ମଣ୍ଡଳୀର ମୁଣ୍ଡାସାହି ଛକ,ଦାଶରଥି ଆପାର୍ଟମେଂଟ ପାଖ,ବିଜୁପଟ୍ଟନାୟକ କଲେଜ ପଛ କଲୋନି ତଥା ମେଁଫେୟାର ସଂଲଗ୍ନ ରାସ୍ତାରେ ଜମାହୋଇଥିବା ପାଣି ଓ ଅପରିସ୍କୃତ ସ୍ଥାନମାନଙ୍କରେ ବ୍ଲିଚିଙ୍ଗ ଓ ମଶାତେଲ ସିଂଚନ କରାଯାଇଛି । ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀବିଶ୍ୱଜିତ ଦାଶ ପୁନର୍ବାର କହିଛନ୍ତି ରାଜ୍ୟସରକାର ଡେଙ୍ଗୁ ନିରାକରଣ ପାଇଁ ଅତିଶୀଘ୍ର ପଦକ୍ଷେପ ନନେଲେ ପରିସ୍ଥିତି ଅଣଆୟତହେବ । ତେଣୁ ବିଏମସି ଜିଲ୍ଲା କଂଗ୍ରେସ ଦ୍ୱାରା ଦିଆଯାଇଥିବା ଦାବିପତ୍ର ମୁତାବକ ଯୁଦ୍ଧକାଳୀନ ଭିତିରେ ଡେଙ୍ଗୁ ନିରାକରଣର ବ୍ୟବସ୍ଥା ଆରମ୍ଭ କରନ୍ତୁ । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ,ମନୋରଞ୍ଜନ ଦାଶ, ବ୍ରହ୍ମାନନ୍ଦ ସାହୁ,ଦେବରାଜ ମିଶ୍ର, ଅନିଲ ଦାସ, ଦୀପକ ଦିଗଲ, ଶ୍ରୀନାଥ ପଟ୍ଟନାୟକ, ସଂଜୟ ନାୟକ,ମନୋଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଶ୍ରିୟା ପଣ୍ଡା, କୁସୁମ ପ୍ରଧାନ, ସୁଶାନ୍ତତ୍ରିପାଠୀ, ପବିତ୍ର ଦାସ, ପୂର୍ଣ୍ଣଚନ୍ଦ୍ର କହଁର, ଦେବାଶିଷ ଦାସ, ଡ. କୃପାସିନ୍ଦୁ ମହାନ୍ତୋ,କେଦାରନାଥ ଜେନା, ଅଜିତ ସାହୁ ଏବଂ ସୁବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.