Wednesday , December 8 2021
Home / ବିଶେଷ / ଜଗନ୍ନାଥମନ୍ଦିର ଉନ୍ନତିକରଣ କାର୍ଯ୍ୟକୁ ନେଇ ପୁଣି ଫେରାଦ ହେଲେ ସେବାୟତ

ଜଗନ୍ନାଥମନ୍ଦିର ଉନ୍ନତିକରଣ କାର୍ଯ୍ୟକୁ ନେଇ ପୁଣି ଫେରାଦ ହେଲେ ସେବାୟତ

ବାରିପଦା ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଦ୍ୱିତୀୟଶ୍ରୀକ୍ଷେତ୍ର ଭାବରେ ପରିଚିତ ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉ ମହାପ୍ରଭୁ ବିଜେଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ବହୁବାର ଦାବି ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପୂର୍ବକ ମନ୍ଦିରର ଉନ୍ନତିକରଣ ପାଇଁ ୫ କୋଟି ଟଙ୍କାର ସହାୟତା ରାଶି ମିଳିଛି । ଏବେ ମନ୍ଦିରର ଉନ୍ନତିକରଣ ତଥା ସୌନ୍ଦର୍ଯୀକରଣ କାର୍ଯ୍ୟ ମଧ୍ୟ ଚାଲିଛି । ତେବେ ଏହି ଉନ୍ନତି କରଣ କାର୍ଯ୍ୟ ଭୁବନେଶ୍ୱର ଓବିସିସି ସଂସ୍ଥା ମାଧ୍ୟମରେ ଚାଲୁ ରହିଥିବାବେଳେ, ମନ୍ଦିରର ସେବାୟତ ମାନେ ପୁଣିଥରେ ଉପ-ଜିଲ୍ଲାପାଳ ତଥା ଦେବୋତର ନିର୍ବାହୀ ଅଧିକାରୀଙ୍କୁ ଭେଟି ମନ୍ଦିର ଉନ୍ନତିକରଣ କାମ ସଠିକ୍ ଢଙ୍ଗରେ ହେଉନଥିବା ବାବଦରେ ଫେରାଦ ହୋଇଛନ୍ତି । ପୂର୍ବରୁ ସେବାୟତମାନେ ସମାନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବାବେଳେଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।ସେବାୟତମାନଙ୍କ ଅଭିଯୋଗ ମୁତାବକ ମନ୍ଦିରର ଭଲ ସ୍ଥାନ ତଥା ନିର୍ମାଣ ଗୁଡିକୁ ଭାଙ୍ଗି ନଷ୍ଟ କରାଯାଉଥିବାବେଳେ, ଯାହା ଆବଶ୍ୟକତା ଅଛି ତାହା କରାଯାଉ ନାହିଁ । ରୋଷଘର ନିର୍ମାଣ ଠିକଭାବରେ ହୋଇ ନଥିବାରୁ ସେବାୟତ ମାନଙ୍କୁ ହଇରାଣ ହେବାକୁ ପଡୁଛି । ସେହିପରି ମନ୍ଦିର ପାହାଚ, ନାଟ ମନ୍ଦିର ଆଦି ସ୍ଥାନରେ ଖଣ୍ଡଲାଇଟ ଟାଇଲ ଲଗାନଯାଇ ଗ୍ରାନାଇଟ ଲଗାଯିବା ଫଳରେ ପାଣିପଡି ସହଜରେ ଖସଡା ହୋଇ ଯାଉଥିବାରୁ ବିଭିନ୍ନ ସମୟରେ ସେବାୟତ ମାନେ ପାଦ ଖସିପଡିଯାଇ ଆହତ ହେଉଛନ୍ତି ଏବଂ ଆଗାମୀ ଦିନରେ ମନ୍ଦିର ସମ୍ପୂର୍ଣ୍ଣ ଖୋଲା ଗଲେ ଭକ୍ତମାନେ ମଧ୍ୟ ପଡି ଆହତ ହେବେ । ମନ୍ଦିର ବେଢା ଭିତରେ ପୂର୍ବରୁ ରହିଥିବା ମାଙ୍କଡା ପଥରକୁ ନଉଠାଇ ତା ଉପରେ ଖଣ୍ଡଲାଇଟ ମାର୍ବଲ ଲଗାଯାଉଛି । ଏଣୁ ଚାଲିଥିବା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଠିକ ଭାବରେ ନିର୍ମାଣ କରାଯିବାକୁ ଦାବି କରିଛନ୍ତି ସେବାୟତମାନେ ।ତେବେ ଉପଜିଲ୍ଲାପାଳ ନିଜେ ଘଟଣା ବିଷୟରେ ଅନୁସନ୍ଧାନ କରିବେ ବୋଲି ପ୍ରତିଶୃତି ଦେଇଥିବାର ଓଡ଼ିଶା ମଠ ମନ୍ଦିର ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ କହିଛନ୍ତି ।ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *