Friday , September 29 2023
Breaking News
Home / ତାଜା ଖବର / ଖଲ୍ଲିକୋଟ ବିଧାୟିକା ସୂର୍ୟ୍ୟମଣି ବୈଦ୍ୟଙ୍କ ଘର ଉପରକୁ ଢ଼େଲା ପଥର ମାଡ଼, ଗାଡ଼ି ଭଙ୍ଗାରୁଜା ଓ ବୋମା ମାଡ଼-୪ ସମର୍ଥକ ଆହତ

ଖଲ୍ଲିକୋଟ ବିଧାୟିକା ସୂର୍ୟ୍ୟମଣି ବୈଦ୍ୟଙ୍କ ଘର ଉପରକୁ ଢ଼େଲା ପଥର ମାଡ଼, ଗାଡ଼ି ଭଙ୍ଗାରୁଜା ଓ ବୋମା ମାଡ଼-୪ ସମର୍ଥକ ଆହତ

  ଗଞ୍ଜାମ, ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ପୂର୍ବ ଶତୃତାରୁ ଆଜି ଖଲ୍ଲିକୋଟ ବିଧାୟିକା ସୂର୍ୟ୍ୟମଣି ବୈଦ୍ୟଙ୍କ ଗ୍ରାମରେ ଥିବା ଘର ଓ ନିର୍ମଳଝର ଭଡ଼ା ଘର ଉପରକୁ ଟେକା ପଥର ମଡ଼େ, ଭଙ୍ଗାରୁଜା ଓ ସମର୍ଥକଙ୍କ ଉପରେ ବୋମା ମାଡ଼ ହୋଇଛି । ବିଧାୟିକା ଘରେ ନଥିବାବେଳେ ଏଭଳି କାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ ଖଚ୍ଚିକୋଟ ର ପୂର୍ବତନ ବିଧାୟିକାଙ୍କ ଜନ୍ମଦିନ ଉପଲକ୍ଷେ ତୁଳସୀପୁର ପଂଚାୟତରେ ହେଉଥିବା ରକ୍ତଦାନ ଶିବିରରେ ବିଧାୟିକା ବ୍ୟସ୍ତଥିବାବେଳେ ବିଧାୟିକାଙ୍କ ଘର ର କାଚ ଭଙ୍ଗା ହୋଇଛି । ଘର ବାହାରେ ଥିବା ୨ ଟି ବାଇକ୍ କୁ ଭାଙ୍ଗିଦେଇଛନ୍ତି । ବିଧାୟିକାଙ୍କ ୪ ଜଣ ସମର୍ଥକ ଆହତ ହୋଇଥିଲେ । ସେମାନଙ୍କୁ ଖଲିକୋଟ ହସପିଟାଲ ରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ବିଧାୟିକାଙ୍କ ନିଜ ଗାଁ ରେ କ୍ରମାଗତ ଭାବେ ସିରିଜ ବୋମା ମାଡ଼ ଚାଲିଥିବା ଜଣାପଡ଼ିଛି  ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *