Wednesday , May 31 2023
Home / ବିଶେଷ / କୋଭିଡ୍ ପରୀକ୍ଷା କୁ ନେଇ ଅସନ୍ତୋଷ – ଅଧାରୁ ବନ୍ଦ ରହିଲା ପରୀକ୍ଷଣ

କୋଭିଡ୍ ପରୀକ୍ଷା କୁ ନେଇ ଅସନ୍ତୋଷ – ଅଧାରୁ ବନ୍ଦ ରହିଲା ପରୀକ୍ଷଣ

ପାରାଦ୍ୱୀପ,୦୫/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଷଣ୍ଢକୁଦ ବସ୍ତି ୧୮ ନମ୍ବର ଓାର୍ଡ ରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ପରୀକ୍ଷା ଗୁରୁବାର ଦିନ କରାଯାଉଥିଲା । ବସ୍ତି ର ଲୋକମାନେ ଆସି ଏଠାରେ କୋଭିଡ୍ ପରୀକ୍ଷା କରାଉଥିଲେ । ପ୍ରାୟ ୧୨୦ ଜଣ ଲୋକଙ୍କର ଆନ୍ଟିଜେନ୍ ପରୀକ୍ଷା କରାଯାଇଥିଲ । ବସ୍ତି ର ନୋଳିଆ ସାହି ପ୍ରାଥମିକ ବିଦ୍ୟାଳୟ ନିକଟ ରେ ଏହି ପରୀକ୍ଷା ଚାଲିଥିବା ବେଳେ ବସ୍ତିର କିଛି ଲୋକ ଏହା କୁ ବିରୋଧ କରିଥିଲେ । କୋଭିଡ୍ ପରୀକ୍ଷା ହେଉଥିବା ସ୍ଥାନ ଅଳିଆ ଅପରିଷ୍କାର ହୋଇଥିବା ବେଳେ ଏଠା ରେ କିପରି ପରୀକ୍ଷା କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ଏହି ସ୍ଥାନ କୁ ସାନିଟାଇଜ୍ ନକରି କାହିଁକି ଏଠା ରେ ପରୀକ୍ଷା କରାଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠା କୁ କୋଭିଡ୍ ପରୀକ୍ଷା କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟ ରୁ ଅଧା ରୁ ଅଧିକ ଲୋକ ଷଣ୍ଢକୁଦ ଅଂଚଳ ର ନୁହଁନ୍ତି । ଯାହାକୁ ନେଇ ଘଟଣାସ୍ଥଳ ରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ପରିସ୍ଥିତି ଏଭଳି ହେଲା ଯେ, ଅଧାରୁ ପରୀକ୍ଷା ବନ୍ଦ କରି ମେଡିକାଲ ଟିମ୍ ସେଠାରୁ ପଳେଇ ଯାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.