Sunday , November 28 2021
Home / ତାଜା ଖବର / ଏସାର ଷ୍ଟିଲ୍ କମ୍ପାନୀ କର୍ମଚାରୀ ଙ୍କୁ ଧମକ ଅଭିଯୋଗ ରେ ଦୁଇ ଗିରଫ

ଏସାର ଷ୍ଟିଲ୍ କମ୍ପାନୀ କର୍ମଚାରୀ ଙ୍କୁ ଧମକ ଅଭିଯୋଗ ରେ ଦୁଇ ଗିରଫ

ପାରାଦ୍ୱୀପ,୦୫/୦୮/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ର ଏସାର ଷ୍ଟିଲ୍ (ଏବେକାର ଆର୍ସେଲର ନିପ୍ପନ ଷ୍ଟିଲ୍) କମ୍ପାନୀ ର ଦୁଇ ଜଣ କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗ ରେ ପାରାଦୀପ ର ଦୁଇଜଣଙ୍କୁ ପାରାଦୀପ ଆଦର୍ଶ ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲନ କରିଛି । ଘଟଣାରୁ ପ୍ରକାଶ ଯେ, ଗତ ୦୩ ତାରିଖ ଦିନ ଏସାର ଷ୍ଟିଲ୍ କମ୍ପାନୀ ର ଦୁଇଜଣ କର୍ମଚାରୀ ଦେବେନ୍ଦ୍ର ପ୍ରଧାନ ଓ ଧନେଶ୍ୱର ସେଠୀ ଙ୍କୁ କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ର ସହଦେବ ସାମନ୍ତରାୟ (ବାଉନି) ଓ ପୃଥିରାଜ ସାମନ୍ତରାୟ ଧମକ ଦେଇଥିବା ନେଇ ପାରାଦୀପ ଆଦର୍ଶ ଥାନା ରେ ଅଭିଯୋଗ ହୋଇଥିଲା । ଘଟଣା ର ତଦନ୍ତ କରି ପୋଲିସ୍ ୧୬୪/୨୧ ଏକ ମାମଲା ରୁଜୁ କରିଥିଲା । ଗୁରୁବାର ଦିନ ପୋଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ନେଇ ପାରାଦୀପ ଥାନା ଅଧିକାରି ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁଅର ଛୁରା ମାଡ଼ରେ ବାପା ଗୁରୁତର, ଅଭିଯୁକ୍ତ ପୁଅ ଗିରଫ

କନ୍ଧମାଳ,୨୫/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଯେଉଁ ବାପା ଦିନେ ପୁଅ କୁ ହାତ ଧରି ଚାଲିବା ଶିଖାଇଥିଲା ଆଉ …

Leave a Reply

Your email address will not be published. Required fields are marked *