Tuesday , September 28 2021
Breaking News
Home / ବିଶେଷ / ସର୍ଦ୍ଧାର ପଟେଲ ଜାତୀୟ ଏକତା ପୁରସ୍କାର ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯାଉଛି

ସର୍ଦ୍ଧାର ପଟେଲ ଜାତୀୟ ଏକତା ପୁରସ୍କାର ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯାଉଛି

ଜଗତସିଂହପୁର, ୦୪/୦୮/୨୦୨୧(ଓଡ଼ିଶା ସମାଚାର)–ଭାରତ ସରକାରଙ୍କ ପକ୍ଷରୁ ଭାରତୀୟ ନାଗରୀକ ମାନଙ୍କ ଠାରୁ ସର୍ଦ୍ଧାର ପଟେଲ ନ୍ୟାସନାଲ ୟୁନିଟ୍ ଆଓାର୍ଡ ନିମନ୍ତେ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଦେଶର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ ଏହି ପୁରସ୍କାର ନିମନ୍ତେ ମନୋନୀତ ହେବା ପାଇଁ ଆବେଦନ କରିପାରିବେ । ଏହି ପୁରସ୍କାର ଜାତୀୟ ଏକତା ଓ ଅଖଣ୍ଡତାକୁ ମଜବୁତ୍ କରିବା ପାଇଁ ଉଲ୍ଲେଖନୀୟ ଏବଂ ଅନୁପ୍ରେରିତ ଅବଦାନ ଥିବା ଭାରତୀୟ ନାଗରୀକ /ଅନୁଷ୍ଠାନଙ୍କୁ ସ୍ୱୀକୃତି ପ୍ରଦାନ କରିଥାଏ । ଭାରତ ବର୍ଷର ସମସ୍ତ ନାଗରୀକ/ଅନୁଷ୍ଠାନ, ଧର୍ମ, ବଂଶ, ଜାତି, ଲିଙ୍ଗ, ଜନ୍ମସ୍ଥାନ, ବୟସ, ବୃତି ନିର୍ବିଶେଷରେ ଏହି ପୁରସ୍କାର ପାଇବା ପାଇଁ ଆବେଦନ କରିପାରିବେ । ଏଥି ନିମନ୍ତେ ମନୋନୟନ/ସୁପାରିଶ ଗୁଡିକ ଅନ୍ଲାଇନ୍ ପୋର୍ଟାଲ www.nationalunityawards.mha.gov.in ମାଧ୍ୟମରେ ଜୁଲାଇ ମାସ ୧ ତାରିଖରୁ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଗ୍ରହଣ କରାଯିବ । ଜଗତସିଂହପୁର ଜିଲାର ଇଛୁକ ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ଏଥି ନିମନ୍ତେ ଆବେଦନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *