Tuesday , September 28 2021
Breaking News
Home / ତାଜା ଖବର / ବାଇକ ସ୍କୁଟି ମୁହାଁ ମୁହିଁ ଧକ୍କା, ଜଣେ ମୃତ, ଦୁଇ ଆହତ

ବାଇକ ସ୍କୁଟି ମୁହାଁ ମୁହିଁ ଧକ୍କା, ଜଣେ ମୃତ, ଦୁଇ ଆହତ

ମାହାଙ୍ଗା, ୦୪/୦୭୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳ -ସାଲେପୁର ସଡକର ବଣୁଆପୀଠ ନିକଟ ଶିକ୍ଷକ ଭବନ ସାମ୍ନାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୨ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟିରେ ଆସୁଥିବା ମଧୁପୁର ଅଂଚଳର ଅବସରପ୍ରାପ୍ତ ଶିକ୍ଷକ ମୁକ୍ତାର ମହମ୍ମଦଙ୍କର ଘଟଣାସ୍ଥଳୀରେ ମୃତ୍ୟୁ ହୋଇଯାଇଛି । ଅନ୍ୟପକ୍ଷରେ କାଳିଅଣ୍ଟି ଅଂଚଳର ପ୍ରକାଶ ଭୂୟାଁ ଓ ଗଗନ ସାମଲଙ୍କୁ ଅଗ୍ନିଶମ ବାହିନୀ ସହାୟତାରେ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି ।
ପ୍ରକାଶ ଓ ଗଗନ ଏକ ବାଇକ ଯୋଗେ ଆସୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏମାନେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ତାଜା ସୂଚନା : ସାଲେପୁରବ୍ଲକ  ସାତବାଟିଆ  ମହାନଦୀ ପଠା ରେ ଲାଗିଛି  ହାତୀରମୃତ ଦେହ 

ସାଲେପୁର, ୨୬/୦୯/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ର ମୁଣ୍ଡୁଳି  ଠାରେ  ମହାନଦୀ ପାଣି ରେ ଫସି ରହିଥିବା …

Leave a Reply

Your email address will not be published. Required fields are marked *