Tuesday , September 28 2021
Breaking News
Home / ବିଶେଷ / ପାଟକୁରା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ନର୍କ କୁଣ୍ଡରେ ପରିଣତ

ପାଟକୁରା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ନର୍କ କୁଣ୍ଡରେ ପରିଣତ

ଗରଦପୁର , ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ରେ ଦୀର୍ଘ ଦିନ ହେଲା ଉଦବୃତ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଜମି ହୋଇ ରହିଥିବାରୁ ନର୍କ କୁଣ୍ଡରେ ପରିଣତ ହୋଇଛି । ପରିବେଷ ଦୂଷିତ ହୋଇଥିବାରୁ ଏହି ରାସ୍ତା ମଧ୍ୟ ଦେଇ ଲୋକମାନଙ୍କ ଯାତାୟତ ବନ୍ଦ ହୋଇ ଯାଇଛିି । ଦୂଷିତ ପାଣି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିବାରୁ ପଂଚାୟତ କାର୍ଯ୍ୟାଳୟକୁ ଜନ ସାଧାରଣ ଆସିବାକୁ ଇଛା କରୁନାହାନ୍ତି ।
ପାଟକୁରା ଗ୍ରାମ ଓ ପାଟକୁରା ସାପ୍ତାହିକ ହାଟରୁ ବର୍ଷା ଦିନରେ ବର୍ଷା ପାଣି ଗଡି ଆସି ପାଟକୁରା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଛୋଟ ଡ୍ରେନ୍ ମଧ୍ୟ ଦେଇ ମାଂସ ବଜାର ନିକଟରେ ପାଟକୁରା-ଗରଦପୁର ପୂର୍ତ ବିଭାଗ ରାସ୍ତା ଅତିକ୍ରମ କରି ସଂଖ୍ୟାଲଘୁ ବସ୍ତି ଦେଇ ନିଷ୍କାସିତ ହୋଇଯାଇଥାଏ । ପ୍ରତ୍ୟେକ ବର୍ଷ ଉଦବୃତ ଜଳ ନିଷ୍କାସିତ ହେବା ପାଇଁ ସମସ୍ୟା ସୃଷ୍ଟି ହେଉଥିବାରୁ ଗତ ୨/୩ମାସ ପୂର୍ବରୁ ପୂର୍ତ ବିଭାଗ ପକ୍ଷରୁ ପାଟକୁରା ବଜାରସ୍ଥିତ ମାଂସ ଦୋକାନଗୁଡିକ ନିକଟରେ ପୂର୍ତ ବିଭାଗ ରାସ୍ତାରେ ଏକ ଜଳ ନିଷ୍କାସନ ପଥ ନିର୍ମାଣ କରାଯାଉଛି । ହେଲେ ସମ୍ପୃକ୍ତ ଠିକାଦାର କାର୍ଯ୍ୟ ସମ୍ପୂର୍ଣ୍ଣ କରି ନ ଥିବାରୁ ଉଦ୍ବୃତ ବର୍ଷାଜଳ ନିଷ୍କାସିତ ହୋଇ ପାରୁ ନାହିଁ । ଫଳରେ ଏହି ବର୍ଷା ପାଣି ଦୀର୍ଘ ଦିନ ଧରି ଜମି ରହି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଏଠାରେ ପଂଚାୟତ କାର୍ଯ୍ୟାଳୟ, ମାର୍କେଟ୍ କମ୍ପ୍ଲେକ୍ସ୍ ଗୃହ ସହିତ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଗୃହ ମଧ୍ୟ ରହିଛି । ଏହି କାର୍ଯ୍ୟଳୟ ସମ୍ମୁଖ ଭାଗରେ ପ୍ରାୟ ୨ଶହ ମିଟରର ରାସ୍ତା ଉପରେ ଦୁଷିତ ଜଳ ଲହଡି ମାରୁଛି । ଯେଉଁଥିପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ସମ୍ପର୍କରେ ପାଟକୁରା ପୂର୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଶରତ ଚନ୍ଦ୍ର ସାହୁଙ୍କୁ ପଚାରିବାରେ ସେ କହନ୍ତି ଯେ, ଜଳ ନିଷ୍କାସନ ପାଇଁ ରାସ୍ତାରେ କଲଭର୍ଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅଳ୍ପ କେତେକ କାର୍ଯ୍ୟ ବାକି ରହିଛି । ପଂଚାୟତ କାର୍ଯ୍ୟାଳୟ ସମ୍ମୁଖ ଭାଗରୁ ଜଳ ନିଷ୍କାସନ ପାଇଁ ପୂର୍ତ ବିଭାଗ ରାସ୍ତାର ସଂଖ୍ୟାଲଘୁ ବସ୍ତି ପାଶ୍ୱର୍କୁ ଲାଗି ରହିଥିବା ପୁରୁଣା ଡ୍ରେନ୍ କୁ ପୁନରୁଦ୍ଧାର କରାଯିବ । ମାତ୍ର ପଂଚାୟତ ପାଶ୍ୱର୍ରେ ପୂର୍ତ ବିଭାଗର ଜମି ନ ଥିବାରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ । ଏଣୁ ଜଳ ନିଷ୍କାସିତ ହେବା ପାଇଁ ସମସ୍ୟା ଉପୁଜିଛି । କେନ୍ଦ୍ରାପଡ଼ା ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *