Tuesday , September 28 2021
Breaking News
Home / ବିଶେଷ / ଜିଲାସ୍ତରୀୟ ଭିନକ୍ଷମ ପିଲାମାନଙ୍କ ସର୍ଭେ ନିମନ୍ତେ ତାଲିମ ଶିବିର ଉଦଘାଟନ

ଜିଲାସ୍ତରୀୟ ଭିନକ୍ଷମ ପିଲାମାନଙ୍କ ସର୍ଭେ ନିମନ୍ତେ ତାଲିମ ଶିବିର ଉଦଘାଟନ

କଟକ, ୦୪/୦୮/୨୦୨୧(ଓଡ଼ିଶା ସମାଚାର)-କଟକ ଜିଲ୍ଲାରେ ଭିନ୍ନକ୍ଷମ ସର୍ଭେ ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ ଶିବିର ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ତାଲିମ ଶିବିରକୁ ଜିଲ୍ଲାପାଳ ଉଦଘାଟନ କରି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟକ୍ରମରେ ଶୂନ୍ୟରୁ ୬ ବର୍ଷ ମଧ୍ୟରେ ମାନଙ୍କୁ ୨୧ ପ୍ରକାରାର ଭିନ୍ନକ୍ଷମ ଏବଂ ୭ଟି ବିଭାଗରେ ରକ୍ତହୀନାତା ରୋଗ,ଦ୍ରୁଷ୍ଟିଶକ୍ତି ବାଧିତ, ମାନସିକ,ସ୍ନାୟୁଜନିତ ଅସୁସ୍ଥତା,ଶ୍ରବଣ ବାଧିତ, ବାମନ,ପ୍ପାର୍କିଂସନ ଜନିତ ବ୍ୟାଧି,ରକ୍ତ ଜମାଟ ବ୍ୟାଧି, ବୌଦ୍ଧିକ ବାଧିତ, ପେଶୀ ଦୁର୍ବଳ, କୃଷ୍ଠରୋଗ, ଚଳନ ଶକ୍ତି ବାଧିତ, ନିର୍ଦ୍ଧିଷ୍ଟ ଶିକ୍ଷା ବାଧିତ ଆଦି ଭିନ୍ନକ୍ଷମମାନଙ୍କୁ ୫ଟି ନିୟମ ଆଧାରରେ ଚିହ୍ନଟ କାରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ଏହି ମହାନ କାର୍ଯ୍ୟକୁ ଅଙ୍ଗନବାଡି କର୍ମୀ,ପରିଚାଳକ, ସି ଡି ପି ଓ, ବି ଏସ ଏସ ଓ,ଏବଂ ବି ଆର ସି ସି ମାନେ ଆନ୍ତରିକତାର ସହ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏଥି ସହିତ ୧୫୦ ରୁ ୨୦୦ ଅଙ୍ଗନବାଡି କର୍ମୀଙ୍କୁ ଟିମଲିଡର ଭାବେ ଚୟନ କରି ଏହି ସର୍ଭେ କାର୍ଯ୍ୟକୁ ସ୍ୱଚ୍ଛ, ନିର୍ମଳ ଏବଂ ସମାୟୁନୁସାରେ ସମାପନ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଧେଶ ଦେବା ସହ ଜିଲ୍ଲାରେ ୩୩୧୮ ଅଙ୍ଗନବାଡି କର୍ମୀଙ୍କୁ ନେଇ କୋଭିଡ ନିୟମ ଅନୁପାଳନ କରି ଘରେ ଘରେ ବୁଲି ସର୍ଭେ କରିବା ଉପରେ ଏହି ତାଳିମ ଶିବିରରେ ଆଲୋଚନା କରିଥିଲେ ।

ପ୍ରକାଶ ଥାଉକି ଗତମାସ ୧୫ ତାରିଖରୁ ୩୦ ତାରିଖ ମଧ୍ୟରେ ଅଙ୍ଗନବାଡି କର୍ମୀ ମାନଙ୍କୁ ବିସ୍ତ୍ରୁତ ତାଳିମ ପ୍ରଦାନ କରାଯାଇ ସର୍ଭେ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶନାମାମତେ ଦୁଇ ମାସ ମଧ୍ୟରେ ଶେଷ କରି ସେପ୍େଟମ୍ବର ୩୦ ତାରିଖ ସୁଧା ଜିଲ୍ଲାର ଚୁଡାନ୍ତ ସର୍ଭେ ତାଲିକା ପ୍ରଦାନ କରାଯିବ ।  ଏହି ତାଳିମ ଶିବିର ଉଦଘାଟନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ସତ୍ୟବ୍ରତ ଛୋଟରାୟ, ଜିଲ୍ଲା ସମାଜ ମଙ୍ଗଲ ଅଧିକାରୀ ଶ୍ରୀମତୀ ନିରୁପମା ବେହେରା ଙ୍କ ସମେତ ମାଷ୍ଟର ଟ୍ରେନୋର ଶ୍ରୀ ସଞ୍ଜୟ ଚୌଧୁରୀ, ସବିତା ପଣ୍ଡା, ଜିଲ୍ଲା ଭିନ୍ନକ୍ଷମ ସହାୟତା କେନ୍ଦ୍ର, ଢେଙ୍କାନାଳର କର୍ମକର୍ତାମାନେ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ ମିଶ୍ର ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *