Tuesday , September 28 2021
Breaking News
Home / ବିଶେଷ / ଖତଗଦାକୁ କେନ୍ଦ୍ର କରି ଆକ୍ରମଣ

ଖତଗଦାକୁ କେନ୍ଦ୍ର କରି ଆକ୍ରମଣ

ଧର୍ମଶାଳା, ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଜେନାପୁର ଥାନା ଅନ୍ତର୍ଗତ ସାହାଣିଢିହ ପଂଚାୟତ ତେଲିପୋଖରୀ ଗ୍ରାମରେ ସାମନ୍ୟ ବଚସାକୁ କେନ୍ଦ୍ର କରି  ଗଣ୍ଡଗୋଳ ଘଟଣାରେ ପୁଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ଗତ ୨୫ତାରିଖ ଦିନ ଗାଁ ରାସ୍ତା ଉପରେ ଗାଈ ବାନ୍ଧିବାକୁ କେନ୍ଦ୍ର କରି ଗ୍ରାମର ଝୁଲଣ ମଲିକଙ୍କ ପୁଅ ନନ୍ଦ ମଲିକ ସହିତ ସାତମାଣ ଗ୍ରାମର କେଶବ ବେହେରାଙ୍କ ପୁଅ ଚଗଲା ବେହେରା ଓ ଖଣ୍ଡିଆ ବେହେରାଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ନନ୍ଦ ବେହେରାଙ୍କୁ ଏକ ଠେଙ୍ଗା ସାହାଯ୍ୟରେ ଚଗଲା ବେହେରା, ଖଣ୍ଡିଆ ବେହେରାଙ୍କ ସମେତ ତାଙ୍କ ସଂପର୍କୀୟମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି । ଏଥିରେ ନନ୍ଦଙ୍କର ବାମଗୋଡ ଭାଙ୍ଗିଯାଇଥିଲା । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲରେ ଭର୍ତି କରାଯାଇଥିଲା । ଏବେ ନନ୍ଦ କଟକ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଝୁଲଣ ମଲିକ ଜେନାପୁର ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଜେନାପୁର ପୁଲିସ ୨୪୦/୨୧ରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି । ତେବେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଆହତ ନନ୍ଦଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଏସଂପର୍କରେ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି । ଖୁବ ଶୀଘ୍ର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ଜଗତସିଂହପୁର ୨୭/୦୯/୨୦୨୧(ଓଡ଼ିଶା ସମାଚାର)–ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଦୁର୍ଗାପୂଜା ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ …

Leave a Reply

Your email address will not be published. Required fields are marked *