ପାରାଦ୍ୱୀପ,୦୪/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଇଫକୋ ଡିଏଭି ବିଦ୍ୟାଳୟର ସେଂଟ୍ରାଲ ବୋର୍ଡ ଅଫ୍ ସେକଣ୍ଡାରୀ ଏଜୁକେସନ (ସିବିଏସ୍ଇ) ଦଶମ ଶ୍ରେଣୀ ର ପରୀକ୍ଷା ଫଳ ପ୍ରକାଶିତ ହୋଇଛି । କୋଭିଡ୍ -୧୯ କାରଣରୁ ପୂର୍ବ ପରୀକ୍ଷା ଆଧାରରେ ହୋଇଥିବା ମୂଲ୍ୟାଙ୍କନ ଅନୁଯାୟୀ ସମସ୍ତ ୬୪ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବା ଓ ୬୧ଜଣ ପରିକ୍ଷାର୍ଥୀ ପ୍ରଥମ ଶ୍ରେଣୀ ରେ ଉତିର୍ଣ୍ଣ ହେବା ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସମ୍ବିତ ରାଉଳ ସର୍ବୋଚ୍ଚ ୯୯ ପ୍ରତିଶତ ନମ୍ବର ରଖି ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୯୮ ଓ ୯୭.୪୦ ପ୍ରତିଶତ ନମ୍ବର ରଖି ଅଂଶକ ମହାନ୍ତି ଓ ଉଜ୍ଜ୍ୱଳ ବାଜପାୟୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ହାରାହାରି ବିଦ୍ୟାଳୟ ପ୍ରାପ୍ତଙ୍କ ୮୦.୩୫% ରହିବା ଏବଂ ସର୍ବୋଚ୍ଚ ପ୍ରାପ୍ତାଙ୍କ ପୂର୍ବବର୍ଷ ତୁଳନାରେ ବୃଦ୍ଧି ହେବା ଦୃଷ୍ଟିରୁ ସ୍କୁଲ ପରିଚାଳକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଇଫକୋ ଡିଏଭି ସ୍କୁଲର ଏହି ସଫଳତା ପାଇଁ ପାରାଦ୍ୱୀପ ଇଫକୋ ଶାଖାର ମହାପ୍ରବନ୍ଧକ କେ.ଜେ.ପଟେଲ ବିଦ୍ୟାଳୟ ଅଧ୍ୟକ୍ଷ ବଳରାମ ମହାପାତ୍ରଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତି୍ର ଓ ପରିଚାଳକ ମାନଙ୍କୁ ବଧେଇ ଜଣାଇଛନ୍ତି । ଓଡ଼ିଶା ସମାଚାର