Saturday , March 25 2023
Breaking News
Home / ବିଶେଷ / ରେଡକ୍ରସ୍ ପକ୍ଷରୁ ତିନି ଦିବସୀୟ ଯୁବ ରେଡକ୍ରସ୍ କାଉନସେଲର ମାନଙ୍କ ରିଫ୍ରେସର ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଉଦଯାପିତ

ରେଡକ୍ରସ୍ ପକ୍ଷରୁ ତିନି ଦିବସୀୟ ଯୁବ ରେଡକ୍ରସ୍ କାଉନସେଲର ମାନଙ୍କ ରିଫ୍ରେସର ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖ ପକ୍ଷରୁ ଆୟୋଜିତ ତିନି ଦିବସୀୟ ଯୁବ ରେଡକ୍ରସ୍ ପରାମର୍ଶ ଦାତା ମାନଙ୍କ ପୁନଃପ୍ରଶିକ୍ଷଣ (ରିଫ୍ରେସର) କାର୍ୟ୍ୟକ୍ରମ ଉଦଯାପିତ ହୋଇଯାଇଅଛି । ଏହି ତାଲିମ କାର୍ୟ୍ୟକ୍ରମର ମାଧ୍ୟମରେ ଯୁବ ରେଡକ୍ରସ୍ର ପ୍ରମୁଖ କାର୍ୟ୍ୟକ୍ରମ ଗୁଡିକୁ ବଳବତର ଓ କାର୍ୟ୍ୟକ୍ଷମ କରିବା ସହିତ ତାଲିମପ୍ରାପ୍ତ ଯୁବ ରେଡ଼କ୍ରସ କାଉନସେଲର ମାନେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କୁ ଉପଯୁକ୍ତ ଦିଗଦର୍ଶନ ଦେଇପାରିବେ । ତତସହିତ ସେମାନଙ୍କର ସାମାଜିକ କର୍ତବ୍ୟ ଓ ଦାୟିତ୍ୱବୋଧ ଦିଗରେ ସହାୟକ ହୋଇପାରିବେ ।
ଉକ୍ତ ପ୍ରଶିକ୍ଷଣଶିବିରର ଉଦଘାଟନୀ ଉତ୍ସବରେ ଭାରତୀୟ ରେଡକ୍ରସ୍, ଓଡିଶା ଶାଖାର କୋଷାଧ୍ୟକ୍ଷ ମେଜର ଡ. କଳ୍ପନା ଦାସ, ଅତିଥି ଭାବେ ଯୋଗ ଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ରେଡ଼କ୍ରସ୍ ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ ର ଚିହ୍ନ ଏବଂ ଏହାର ବ୍ୟବହାର, ଏଡ଼ସ୍ ସଚେତନତା ଓ ରେଡ ରିବନ କ୍ଳବର କାର୍ୟ୍ୟକ୍ରମ, ବିପର୍ୟ୍ୟୟ ପରିଚାଳନାରେ ମନୋସ୍ତାତ୍ୱିକ ଯତ୍ନ, ସ୍ୱେଚ୍ଛାକୃତ ରକ୍ତଦାନ, ବିପର୍ୟ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା ଆଦି ବିଷୟରେ ବିଭିନ୍ନ ଦକ୍ଷ ବ୍ୟକ୍ତିମାନେ ଆସି ପ୍ରଶିକ୍ଷଣ ଦେଇଥିଲେ ।
ଆଜି ଉଦଯାପନୀ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ନୋଡାଲ ଅଫିସର ତଥା ଉପସଚିବ ଡ. ରମେଶ ଚନ୍ଦ୍ର ବେହେରା, ଯୋଗ ଦେଇ ନିଜର ଉତ୍ସାହ ଜନକ ଶବ୍ଦରେ ସମର୍ପିତ ଶିକ୍ଷକମାନଙ୍କୁ ଉପଯୁକ୍ତ ସେବକ ଭାବରେ ଅଭିହିତ କରିଥିଲେ । ଯୁବ ରେଡର୍କସ କାର୍ୟଧାରା ମାଧ୍ୟମରେ ପରାମର୍ଶଦାତାମାନେ ଯୁବଗୋଷ୍ଠିଙ୍କ ବ୍ୟକ୍ତିତ୍ୱ ନିର୍ମାଣ ସହିତ ରାଷ୍ଟ୍ର ପ୍ରଗତିରେ ସହାୟକ ହେବା ନିମନ୍ତେ ଆହ୍ୱାନ ଦେବା ସହିତ ସେମାନଙ୍କୁ ରାଷ୍ଟ୍ରଗଠନର ଆଧାର ଭାବରେ ଅଭିହିତ କରିଥିଲେ ।
ଅନ୍ୟତମ ଅତିଥିଭାବେ କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଭାରତୀୟ ରେଡକ୍ରସ୍, ଓଡିଶା ଶାଖାର କୋଷାଧ୍ୟକ୍ଷ ମେଜର ଡ. କଳ୍ପନା ଦାସ, ଅତିଥି ଭାବେ ଯୋଗଦେଇ ରେଡକ୍ରସ୍ କାର୍ୟ୍ୟକ୍ରମକୁ କର୍ତବ୍ୟ ନଭାବି ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିବାକୁ, ଅଂଶଗ୍ରହଣ କରିଥିବା ସମସ୍ତ କାଉନସେଲର ମାନଙ୍କୁ ଆହ୍ୱାନ ଦେବା ସେଙ୍ଗ ସେଙ୍ଗ ସେମାନେ ସମାଜ ଏବଂ କଲେଜ ମଧ୍ୟରେ ମୁଖ୍ୟ ଯୋଗସୁତ୍ରକାରୀ ବୋଲି ପ୍ରତିପାଦନ କରିଥିଲେ । ତତ୍ ସହିତ ଯୁବ ରେଡ଼କ୍ରସ୍ ପରାମର୍ଶଦାତାମାନଙ୍କୁ ଉକ୍ତ ପ୍ରଶିକ୍ଷଣ ଶିବିରରୁ ଶିକ୍ଷା ଲାଭ କରିଥିବା ବିଷୟବସ୍ତୁ ଗୁଡ଼ିକୁ ନିଜ ପ୍ରତ୍ୟେକ ଦିନର କାଯ୍ୟକ୍ଷେତ୍ରରେ ବିନିଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।
ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିବା କାଉନସେଲର ଦିଲ୍ଲିପ କୁମାର ଭୋଇ, ଓ ସସ୍ମିତା ପଟ୍ଟନାୟକ ନିଜସ୍ୱ ଅନୁଭୁତି ପ୍ରଦାନ କରିଥିଲେ ଏବଂ ଅତିଥି ମାନଙ୍କ ଦ୍ୱାରା କାଉନସେଲର ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।
ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ତଥା ଯୁବ ରେଡକ୍ରସ ର ବିଭିନ୍ନ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀ ଗୋପାଳ କୃଷ୍ନ ମିଶ୍ର, ଯୁବ ରେଡକ୍ରସ୍ ପରାମର୍ଶଦାତା ଆଜିର କାର୍ୟ୍ୟକ୍ରମକୁ ପରିଚାଳନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଡ. ସୁଶିଲ କୁମାର ପଟ୍ଟନାୟକ ପରିଚାଳନାରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.