Tuesday , December 7 2021
Breaking News
Home / ବିଶେଷ / ତାଳଚେରର ଲୋକସଂସ୍କୃତି ପୁସ୍ତକ ଲୋକାର୍ପିତ

ତାଳଚେରର ଲୋକସଂସ୍କୃତି ପୁସ୍ତକ ଲୋକାର୍ପିତ

ତାଳଚେର, ୦୪/୦୮/୨୦୨୧(ଓଡ଼ିଶା ସମାଚାର)-   ତାଳଚେରର ଲୋକସଂସ୍କୃତି ପୁସ୍ତକ ଶନିବାର ଲୋକାର୍ପିତ ହୋଇଯାଇଛି । ତାଳଚେର ଟାଉନ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆୟୋଜିତ ହୋଇଥିବା ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ତାଳଚେର ସ୍ୱଂୟ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ ଶର୍ମା,ଅବସରପ୍ରାପ୍ତ ପ୍ରଧ୍ୟାପକ ଡ. ଦେବୀ ମିଶ୍ର ଓ ତୁଷାର ରଂଜନ ପାଲଟା ସିଂ , ତାଳଚେର ପ୍ରେସ କ୍ଲବର ସାଧାରଣ ସଂପାଦକ ଡ. ରଶ୍ମିରଂଜନ ମିଶ୍ର ଯୋଗ ଦେଇ ଏହି ପୁସ୍ତିକାକୁ ଲୋକାର୍ପଣ କରିଥିଲେ । ତାଳଚେର କଳା ସାହିତ୍ୟ ଓ ସଂସ୍କୃତି ପରିଷଦର ସାଧାରଣ ସଂପାଦକ ଦୀପକ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଲେଖକ ତଥା ତାଳଚେର କଳା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଡ. ପ୍ରଶାନ୍ତ କୁମାର ରଥ ଧନ୍ୟବାଦ ଦେଇଥିଲେ । ଏହା ଏକ ଗବେଷଣାଧର୍ମୀ ପୁସ୍ତକ ଓ ତାଳଚେରର ଲୁକାୟିତ ହୋଇ ଯାଉଥିବା ବିଭିନ୍ନ କଳା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ପାଇଁ ଏହି ପୁସ୍ତକରେ ଯଥାସାଧ୍ୟ ଉଦ୍ୟମ କରାଯାଇଛି ବୋଲି ଲେଖକ ଶ୍ରୀ ରଥ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *